କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଲୋକସଭା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୁବ ଚେହେରା ରଂଜିତ କୁମାର ସାହୁ ବୁଧବାର କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନିର୍ବାଚନୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି l ପରଜଙ୍ଗ ବଜାରରେ ଅବସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁ ସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ତିନି ବ୍ଲକର ଶୁଭେଛୁ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l

ଆଗାମୀ ଦିନରେ କଂଗ୍ରେସ ଉପରେ ଭରସା ରଖି ଶତାଧିକ କଂଗ୍ରେସ କର୍ମୀ, ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଉର୍ନତି ଆଣିବା ପାଇଁ ଆଶା ରଖି ପ୍ରାର୍ଥୀ ସାହୁଙ୍କ ସହିତ ବହୁ ମାତ୍ରାରେ ଉତ୍ସlହ ସହ ପ୍ରଚଣ୍ଡ ଖରାରେ ଆସି କାମାକ୍ଷାନଗର ବଜାର ପରିକ୍ରମା କରି ନାମାଙ୍କନ ପତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l କଂଗ୍ରେସ ପ୍ରାର୍ଥୀ କଂଗ୍ରେସର 5 ନିର୍ବାଚନୀ ଇସ୍ତାହାର ସହ ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ଜାତୀୟ କଂଗ୍ରେସ ଭୋଟରଙ୍କ ନିକଟରେ ପହଂଚିବ ବୋଲି ପ୍ରେସମିଟରେ ବିଧାୟକ ପ୍ରାର୍ଥୀ ସୂଚନା ଦେଇଛନ୍ତି l

ଉକ୍ତ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ପ୍ରଚାର କମିଟି ଅଧକ୍ଷ ଦୟାସାଗର ଦାସ, ଦଳୀୟ ଜିଲ୍ଲା ସଭାପତି ସୁନୀଲ ଦାସ, ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା, ଢେଙ୍କାନାଳ ଲୋକସଭା ପ୍ରଭାରୀ ବାଙ୍କାନିଧି ବେହେରା, ଜିଲ୍ଲା ଉପ ସଭାପତି ବିଜୟ କୁମାର ପଣ୍ଡା, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ନଗେନ ବିନାୟକ, ବରିଷ୍ଠ କଂଗ୍ରେସ ନେତା ସଦାଶିବ ମଲ୍ଲିକ ପ୍ରମୁଖ ଏବଂ ନିର୍ବାଚନ ମଣ୍ଡଳୀର ଶତାଧିକ କାର୍ଯ୍ୟ କର୍ତ୍ତା ନାମାଙ୍କନ ପତ୍ର ଦାଖଲରେ ସାମିଲ ହୋଇଥିଲେ l


ସେୟାର କରନ୍ତୁ