ଅପରାହ୍ନ 5ଟାରେ ଟଣାଯିବ ରଥ, ଛତିଶା ନିଯୋଗ ବୈଠକରେ ନିଷ୍ପତି

ରାଜ୍ୟ
ସେୟାର କରନ୍ତୁ

ପୁରୀ: ଏ ବର୍ଷ ଜୁଲାଇ 7ତାରିଖ ଅପରାହ୍ନ 5ଟାରେ ହେବ ରଥ ଟଣା । ଆଜି ଛତିଶା ନିଯୋଗ ବୈଠକ ବସିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । 53ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି । 1971 ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଏଥର ଦୁଇ ଦିନ ଧରି ରଥଟଣା ହେବ ।

ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଜୁଲାଇ 7ତାରିଖ ଅପରାହ୍ନରେ ରଥଟାଣିବାକୁ ନିଷ୍ପତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏଥର 15 ଦିନ ପରିବର୍ତେ 13 ଦିନ ଅଣସର ନୀତି ହେବ । ସେହିପରି ଦୁଇ ଦିନ ରଥଟଣା ପରେ 15ଜୁଲାଇରେ ବାହୁଡ଼ା ଓ 17ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।


ସେୟାର କରନ୍ତୁ