ପରଜଙ୍ଗ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ଏବଂ ଜନସମ୍ପର୍କ ପଦଯାତ୍ରାର ସୁଵାରମ୍ଭ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ଗାନ୍ଧୀ ଜୟନ୍ତୀ l ଏହି ଅବସରରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳନ କରିଛି ପରଜଙ୍ଗ ବିଜେଡି l ଏହା ବ୍ୟତୀତ ସାରା ରାଜ୍ୟରେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି l ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି l

ପରଜଙ୍ଗର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡ଼ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା l ମିଛ ପ୍ରତିଶୃତି ଦେଇ ରାଜ୍ୟରେ ସରକାର ଗଠନ କରିଥିବା ମୋହନ ସରକାର ବିରୁଦ୍ଧରେ ସଚେତନ କରାଯାଇଥିଲା l ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଇ କେବଳ ରଙ୍ଗ ମରାରେ ଏହି ସରକାର ବ୍ୟସ୍ତ ଥିବାବେଳେ ଆଗାମୀ ଦିନରେ ବିଜେପି ସରକାରର ବିଫଳତାକୁ ପଦଯାତ୍ରା ମାଧ୍ୟମରେ ବ୍ୟାପକ କରାଯିବା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ତେବେ ପରଜଙ୍ଗ ଗ୍ରାମରେ ପଦଯାତ୍ରା କରାଯାଇ ନବୀନ ପଟ୍ଟନାୟକଙ୍କ ସଫଳତା ଓ ମୋହନ ସରକାରର ବିଫଳତା ବିଷୟରେ ସଚେତନତା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲା ପରିଷଦ ନିରାକାର ପ୍ରଧାନ, ରୁନୁବର୍ମା, ବ୍ଲକ ସଭାପତି, ଯୁବ ସଭାପତି, ଛାତ୍ର ସଭାପତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l


ସେୟାର କରନ୍ତୁ