ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ସେବା ସମବାୟ ସମିତି ଠାରେ ମଙ୍ଗଳବାର କାମାକ୍ଷା ନଗର ବଜାର ନିୟନ୍ତ୍ରିତ କମିଟି ସୌଜନ୍ୟତାରେ ପ୍ରଥମ ଧାନ ମଣ୍ଡି ଆନୁଷ୍ଠାନିକ ଭାବେ ପୁରୋହିତ ଶ୍ରୀକାନ୍ତ ଷଢଙ୍ଗୀଙ୍କ ପୂଜାର୍ଚନାରେ ଶୁଭ ଉଦଘାଟନ ହୋଇଅଛି । ମୁକ୍ତାପଶି ସେବା ସମବାୟ ସମିତି ସଭାପତି କୃପାସିନ୍ଧୁ ସାହୁଙ୍କ ଅଧକ୍ଷତାରେ ସମିତି ଅଧିନସ୍ଥ ଦୁଇ ଗୋଟି ପଂଚାୟତ ଯଥା ମୁକ୍ତାପଶି ଓ ପଥରଖମ୍ବ ପଂଚାୟତରୁ ପ୍ରଥମ ଦିନ ଭାବେ 517 କୁଇଣ୍ଟାଲ ଧାନ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କ ପାଖରୁ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି ।
ସମିତି ମାଧ୍ୟମରେ ସନ୍ତୋଷୀ ଆଗ୍ରୋ ମିଲର(ବସୋଇ)ଧାନ ନେଉଥିବା ବେଳେ, ଚାଷୀ ମାନଙ୍କ ଧାନ କିପରି ସୁବିଧାରେ ଶୃଙ୍ଖଳିତ ଭାବେ ଯାଇ ପାରିବ ସେଥିପାଇଁ କାମାକ୍ଷାନଗର ଏସସିଏସଓ ତାରିଣୀ ମିଶ୍ର, ଏଆରସିଏସ ଶରତ ଚନ୍ଦ୍ର ପାଣି ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସମବାୟ ସମିତି ସମ୍ପାଦକ ନିରାକାର ବିଶ୍ୱାଳଙ୍କ ତତ୍ୱାବଧାନ ରେ ଚାଲୁଥିଲା ବେଳେ କର୍ମଚାରୀ ବାପୁନ ବିଶ୍ୱାଳ, କ୍ୱାଲିଟି ଆନାଳାଇଜ କର୍ମଚାରୀ ମଧୁମିତା ସାହୁ,ସେବା ସମବାୟ ର ସମସ୍ତ କର୍ମଚାରୀ, ସମିତି ବରିଷ୍ଠ ସଭ୍ୟ ତଥା ପ୍ରାକ୍ତନ ସରପଞ୍ଚ ରଞ୍ଜନ କୁମାର ସେଠୀ, ସଭ୍ୟ କାର୍ତ୍ତିକ ସାହୁ ପ୍ରମୁଖ ସହଯୋଗ ରଖିଥିଲେ ।