ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗ୍ରାମ ରେ ଅବସ୍ଥିତ ସନ୍ତୋଷୀ ମା ମନ୍ଦିରର ୩୩ ତମ ଜନ୍ମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ପାଳନ ଲାଗି ଗୁରୁବାରରେ ଅପରାହ୍ନ ସମୟେ ଗ୍ରାମର ଗୁଡି ପୋଖରୀରୁ ଶତାଧିକ ମହିଳା ଓ ପୁରୁଷ କଳସରେ ପାଣି ଧରି ଗାଁ ପରିକ୍ରମା କରି ମନ୍ଦିରରେ ପହଞ୍ଚି କଳସ ସ୍ଥାପନ କରିଥିଲେ ।
ଦୁଇ ଦିନ ଧରି ମନ୍ଦିରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ଥିବା ବେଳେ ପୁରୁଷ ଓ ମହିଳା ନାମ ସଙ୍କୀର୍ତ୍ତନରେ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଥିଲା । ଘନଶ୍ୟାମ ଦେହୁରୀ,ରଞ୍ଜୁଲତା ଦେହୁରୀ, ସସ୍ମିତା ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ଗଗନ ବିହାରୀ ମିଶ୍ର ଓ ମନ୍ଦିରର ପୂଜକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ ।
ଶୁକ୍ରବାର ଅପରାହ୍ନ ସମୟରେ ପୂର୍ଣ୍ଣାହୁତି କରାଯାଇ ଗ୍ରାମବାସୀ ଓ ଅନ୍ୟ ନିମନ୍ତ୍ରିତ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରର ଜନ୍ମ ବାର୍ଷିକୋତ୍ସବ ମହାସମାରୋହରେ ପାଳନ କରି “ମା “ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।