ଆଜି ହିଁ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରେ ବାସ କରିବେ ମାଆ ଲକ୍ଷ୍ମୀ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପ୍ରାୟ ସମୟରେ କଷ୍ଟ କରି ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ । ଘରେ ସବୁବେଳେ ଟଙ୍କା-ପଇସାର ଅଭାବ ଲାଗି ରହିଥାଏ । ଯଦି ଏଭଳି ସମସ୍ୟା ରହିଛି, ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହାକୁ କିପରି କରାଯାଇପାରିବ ଠିକ୍‌ ।

ଘରେ ଆର୍ଥିକ ସମସ୍ୟାକୁ ଦୂରେଇବା ପାଇଁ ଘରକୁ ଆଣନ୍ତୁ ଏହି ଜିନିଷ। ଲକ୍ଷ୍ମୀ ମାଆ ଘରେ କରିବେ ବାସ..

କଉଡ଼ି: ମାଆ ଲକ୍ଷ୍ମୀଙ୍କ ଅତିପ୍ରିୟ କଉଡ଼ି। 5ଟି କଉଡ଼ି ଆଣି ଏଥିରେ ହଳଦୀ ଲଗାଇଦିଅନ୍ତୁ। ଏହାକୁ ମାଆ ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ପାଖେ ରଖିଦିଅନ୍ତୁ। ପୂଜା ଘରେ ଏହାକୁ ରଖିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ହଳଦୀ: ଆପଣଙ୍କ ଲକରରେ ଖଣ୍ଡ ହଳଦୀକୁ ରଖିଦିଅନ୍ତୁ । ଏହି ଉପାୟ ଦ୍ୱାରା ଲକରକୁ ସବୁବେଳେ ଟଙ୍କା ଆସିଥାଏ ।

ଚାନ୍ଦୀ କଏନ: ହଳଦୀ ବ୍ୟତୀତ ଆପଣ ରୂପାର କଏନ ମଧ୍ୟ ରଖିପାରିବେ ଲକରରେ। ଏହାକୁ ଆପଣ ଟଙ୍କା ରଖୁଥିବା ସ୍ଥାନରେ ମଧ୍ୟ ରଖିପାରିବେ। ଏହା କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ।

ତୁଳସୀ ଗଛ: ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ଶୁଭ ଏବଂ ପୂଜନୀୟ ବୋଲି ମାନ୍ୟତା ରହିଛି। ଯେଉଁମାନଙ୍କ ଘରେ ତୁଳସୀ ଗଛ ରହିଥାଏ, ସେମାନଙ୍କ ଘରକୁ ଲକ୍ଷ୍ମୀ ମାଆଙ୍କ ଆଗମନ ହୋଇଥାଏ। ତୁଳସୀରେ ଜଳ ଏବଂ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବଢିଥାଏ ।


ସେୟାର କରନ୍ତୁ