ଶୋଷିଲା ଅନୁଭବ କରୁଛନ୍ତି କି ? ଦିନକୁ କେତେ ପାଣି ପିଇବା ଉଚିତ୍‌ ? ଜାଣନ୍ତୁ ଓ ମାନନ୍ତୁ…

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଜଳ ହିଁ ଜୀବନ । ଓଡ଼ିଆ ଲୋକ କଥାରେ ଅଛି ଜଳ ବିହୁନେ ସର୍ବନାଶ ଜଳେ ବହୁଳେ ସୃଷ୍ଟିନାଶ । ତେବେ ଜଳ ବିନା ବଞ୍ଜିବା ଅସମ୍ଭବ । ପ୍ରତିଦିନର କାମ ହେଉ କିମ୍ବା ଖାଦ୍ୟ ଓ ପାନୀୟ ପାଇଁ ଜଳର ଆବଶ୍ୟକତା ସବୁଠି ରହିଛି । ତେବେ ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରାଣ ଏହା ଦ୍ବାରା ଅସୁବିଧାରେ ପଡିପାରନ୍ତି ଆପଣ । ହୋଇପାରେ ଆପଣକୁ ଏହି ରୋଗ । ଆଉ ଯାଇପାରେ ଜୀବନ।

ଆପଣ ଜାଣିଥିବେ, ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅତ୍ୟଧିକ ପାଣି ପିଇବା ଏତେ କ୍ଷତିକାରକ ହୋଇଥାଏ ଯେ, ଏହା ଦ୍ବାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଅଧିକ ପାଣି ପିଇବା ଦ୍ୱାରା ଓ୍ବାଟର ଟକ୍ସିସିଟି ରୋଗ ହୋଇପାରେ। ତେବେ ଚାଲନ୍ତୁ ଆଜି ଜାଣିବା ଓ୍ବାଟର ଟକ୍ସିସିଟି କ’ଣ ? ଏହାର ଲକ୍ଷଣଗୁଡ଼ିକ କ’ଣ? ଏହାକୁ କିପରି ଏଡାଇ ପାରିବା।

ତେବେ ଓ୍ବାଟର ଟକ୍ସିସିଟି ଅତ୍ୟଧିକ ପାଣି ପିଇବା ଦ୍ୱାରା ହୋଇଥାଏ । ଏହି ରୋଗରେ କିଡନୀରେ ପାଣି ଜମା ହେବା ଆରମ୍ଭ ହୋଇଥାଏ। ଯେଉଁକାରଣରୁ ରକ୍ତରେ ସୋଡିୟମ୍ ଜମା ହେବା ଆରମ୍ଭ ହୋଇଥାଏ। ଆଉ ଏହି କାରଣରୁ ଆମ ଶରୀର ପାଣି ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଯାହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରେ ।

କ’ଣ ରହିଛି ଓ୍ବାଟର ଟକ୍ସିସିଟିର ପ୍ରାରମ୍ଭିକ ଲକ୍ଷଣ ?
ଓ୍ବାଟର ଟକ୍ସିସିଟି ହେଉଛି ଏହା ଯେ, ଯେପରି ଶରୀରରେ ଅତ୍ୟଧିକ ପାଣି ଜମିଯାଇଛି । ଯେଉଁ କାରଣରୁ ଅଧିକ ହାଇଡ୍ରେସନ୍ ହୋଇଯାଏ। ଏପରି ପରିସ୍ଥିତିରେ,ଏପରି ସମୟ ଆସେ ଯାହା ଶରୀର କିଛି ସମୟ ପରେ ଜଳ ଶୋଷିବାରେ ଆଉ ସକ୍ଷମ ହୁଏ ନାହେଁ। ଯେଉଁଥିପାଇଁ ପାଣି ବାହାରକୁ ଆସିବାକୁ ଚେଷ୍ଟା କରେ।

ଅତ୍ୟଧିକ ହାଇଡ୍ରେସନ୍ ହେତୁ ଶରୀର କ୍ଳାନ୍ତ ଲାଗିବା ଏବଂ କମ୍ ଶକ୍ତି ଅନୁଭବ କରିବା ଆରମ୍ଭ କରେ। ମୁଣ୍ଡବିନ୍ଧା ସହିତ ଶରୀରରେ ଯନ୍ତ୍ରଣା ଅନୁଭବ ହେବା ଭଳି ସମସ୍ୟା ଦେଖାଯାଏ । ଆହୁରି ମଧ୍ୟ ବାରମ୍ବାର ପରିସ୍ରା ମଧ୍ୟ ଲାଗିଥାଏ ।
ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ: ଯଦି ଏହି ସମସ୍ୟା ଜାରି ରହେ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ସଂପୂର୍ଣ୍ଣ ଯାଞ୍ଚ କରନ୍ତୁ ।

ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏହି ଟିପ୍ସଗୁଡିକ ଅନୁସରଣ କରିବାକୁ ପଡିବ:
ବ୍ୟାୟାମ ସମୟରେ ଯଦି ଆପଣ ଅଧିକ ପାଣି ପିଉଛନ୍ତି ତେବେ ଆପଣ ଇଲେକ୍ଟ୍ରୋଲାଇଟ୍ ପିଇବା ଉଚିତ୍ । ଇଲେକ୍ଟ୍ରୋଲାଇଟ୍ ସହିତ, ଆପଣ ଫଳ ରସ ଏବଂ ନଡିଆ ପାଣି ପିଇବା ଉଚିତ୍ । ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଛି ସେହି ସମୟରେ ଏକାଥରକେ ଅଧିକ ପାଣି ପିଅନ୍ତୁ ନାହିଁ । ଆପଣଙ୍କ ଶରୀର ଅନୁଯାୟୀ ପାଣି ପିଅନ୍ତୁ ।

ଗୋଟିଏ ଦିନରେ ଶରୀର ପାଇଁ କେତେ ପାଣି ଆବଶ୍ୟକ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ ୩ ଲିଟର ପାଣି ପିଇବା ଭଲ । କିନ୍ତୁ ଆପଣଙ୍କ ଶରୀରକୁ ମଧ୍ୟ ଦେଖିବା ଆବଶ୍ୟକ। ଯଦି ଆପଣଙ୍କ ଶରୀର ଏପରି ଯେ, ୩ ଲିଟର ପାଣି ପିଇ ପାରିବେ, ତେବେ ପିଇବା ଉଚିତ, ନଚେତ ଏତେ ପରିମାଣର ପାଣି ପିଇବାକୁ ନିଜକୁ ବାଧ୍ୟ କରନ୍ତୁ ନାହିଁ। ଏହାକୁ ଏକାଥରକେ ପିଇବା ପରିବର୍ତ୍ତେ ଧୀରେ ଧୀରେ କରି ପାଣି ପିଇବା ଭଲ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।


ସେୟାର କରନ୍ତୁ