ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଆଜି ହେଉଛି ବିଶ୍ଵ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ 8 ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ, ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ । ସେ ଜୀବନର ନିର୍ମାତ୍ରୀ, ପରିବାରର ଆଧାରସ୍ଥମ୍ଭ, ଏବଂ ସମାଜର ଅଙ୍ଗସ୍ଵରୂପ । ନାରୀ ମାତ୍ର ଏକ ସଂଜ୍ଞା ନୁହେଁ, ସେ ହେଉଛି ଆଦର୍ଶ, ଭଲପାଇବା ଏବଂ ସଂଘର୍ଷର ଚିହ୍ନ । ସେ ଏକ ସୁନ୍ଦର ନିମାର୍ଣ୍ୟ, ଯେଉଁଥିରେ ଦୟା, ସହନଶୀଳତା, ଏବଂ ଅସୀମ ଶକ୍ତି ମିଶିଥାଏ ।

ତଥାପି, ସେ କେବଳ ଘରର ଦୀପ୍ତି ନୁହେଁ ସେ ସମସ୍ତଙ୍କ ପାଇଁ ସାଜେ ଆଲୋକମୟୀ ଧାରା । ନାରୀ ମାନଙ୍କର ସମ୍ମାନ, ସ୍ଵାଧୀନତା ଏବଂ ସମାନ ଅଧିକାର ଏକ ସୁସଂଘଠିତ ଏବଂ ସୁନ୍ଦର ଭବିଷ୍ୟତ ଗଠନ କରିପାରେ । ଏହି ଆନ୍ତର୍ଜାତୀୟ ନାରୀ ଦିବସରେ, ଆସନ୍ତୁ ଏହି ଅନନ୍ୟ ଶକ୍ତିକୁ ସ୍ବୀକାର କରିବା, ନାରୀ ମାନଙ୍କ ସମ୍ମାନ ଏବଂ ଅବଦାନକୁ ଉତ୍ସବ ମନାଅ ।

କେବଳ ନାରୀ ପୁରୁଷ ରେ ଭେଦଭାବ ନୁହେଁ ପୁରା ସମାଜ ପାଇଁ ଉଭୟଙ୍କ ଆବଶ୍ୟକତା ନିହାତି ଗୁରୁତ୍ବ ବହନ କରେ , ସମାଜକୁ କେବଳ ମୁଁ ରେ ନୁହେଁ ଆମେ ରେ ଗଢିବା , ପ୍ରତିକ୍ଷେତ୍ରରେ ଅନ୍ୟାୟ ଅତ୍ୟାଚାର କୁ ବିରୋଧ କରିବା ଆହୁରି ମଧ୍ୟ ଅନେକ ଅନେକ କ୍ଷେତ୍ରରେ ଦେଖାଯାଇଛି ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ ।

ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ହୁଏ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଛି । ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ 8 ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ


ସେୟାର କରନ୍ତୁ