ପରଜଙ୍ଗ : ଏବେ କଂଗ୍ରେସ ପକ୍ଷରୁ ନାରୀ ସୁରକ୍ଷା ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ରାଜ୍ୟବ୍ୟାପି ଜନ ଜାଗରଣ ଓ ମଶାଲ ଶୋଭାଯାତ୍ରା ଚାଲୁ ରହିଅଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ପରଜଙ୍ଗର ବିଧାନ ସଭା ପ୍ରାଥି ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ନାରୀ ସୁରକ୍ଷା ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ପରଜଙ୍ଗ ହାଟ ପଡିଆ ଠାରୁ ଆରମ୍ଭ ହୋଇ ମହେଶଚନ୍ଦ୍ର ଶୁବାହୁ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପରଜଙ୍ଗ କଲ୍ୟାଣ ମଣ୍ଡପ ପାଖରେ ଶେଷ ହୋଇଥିଲା ।

ତେବେ ଗତ ନଅ ମାସରେ ହୋଇଥିବା 20,000 ଓ ଆଜି ପର୍ଯ୍ୟନ୍ତ 60,000 ମା ଭଉଣୀ ଓ ଛୋଟ ଶିଶୁଙ୍କୁ ଉଦ୍ଧାର କରାଯାଉ । ସୁଭଦ୍ରା ନାମରେ ଟଙ୍କା ଦେଇ ଗ୍ୟାସ ଦର 50 ଟଙ୍କା ବୃଦ୍ଧି ପ୍ରତ୍ୟାହାର କରାଯାଉ ବୋଲି ବିଭିର୍ନ ପ୍ରକାର ସ୍ଲୋଗାନ ସହ କଂଗ୍ରେସ ପକ୍ଷରୁ ନାରାବାଜି ହୋଇଥିଲା ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ କଂଗ୍ରେସ ସଭାପତି ବିଜୟ ରାଓତ, ନଗେନ ବିନାୟକ ଦାସ, ଶରତଚନ୍ଦ୍ର ନାଏକ, ଟୁଲୁ ସାହୁ ଓ ସଦାନନ୍ଦ ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।