ଶୀତଦିନରେ ବି ଦିସିବେ ସୁନ୍ଦର… ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନ‌ରେ ତ୍ବଚା ଓ ଚର୍ମର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ । କାରଣ ଏହି ସମୟରେ ଚର୍ମ ରୁକ୍ଷ ଓ କୁଞ୍ଚନ ପଡ଼ିଥାଏ । ତେଣୁ ଏହି ସମୟରେ ତ୍ବଚା ଠାରୁ ଆରମ୍ଭ କରି କେଶ, ନଖ ପ୍ରଭୃତିର ଯତ୍ନ ନେବା ନିହାତି ଦରକାର । ଶୀତଦିନରେ ପାଦ ଫାଟିବା, ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆମକୁ କିଛି ସରଳ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ରୋଷେଇ ଘରର କିଛି ଓ ବାଡ଼ିବଗିଚାରୁ କିଛି ସରଞ୍ଜାମକୁ ବ୍ୟବହାର କରି ଆମେ ଶରୀର ତ୍ୱଚାକୁ କୋମଳ ରଖିପାରିବା ।

ଶୀତ ଦିନ: ଘରୋଇ ଉପଚାର
-ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ । କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ । ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଈର ଖୀର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ। ଏହାପରେ ଗାଧାନ୍ତୁ । ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ ।

-ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ । କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ ।

-ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନ୍‌କୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ବାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ନାହିଁ ।

-ଚେହେରା ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ ।

-ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂର୍ବରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଲ ଭାବେ ମିଶାଇ ମାଲିସ୍ କରନ୍ତୁ ।

-ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ ।

-ଦହିକୁ ପ୍ରାକୃତିକ ମଇଶ୍ଚରାଇଜର କୁହାଯାଏ । ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ । ଏହାପରେ ମୁହଁ ଧୋଇ ଦିଅନ୍ତୁ ।


ସେୟାର କରନ୍ତୁ