ପୁଣି ବର୍ଷା ଭୟ । ଚିନ୍ତାରେ ଚାଷୀ । ଧାନ ଫସଲ ଅମଳ ବେଳ ପାଖେଇ ଆସିଲା ବେଳକୁ ଡରାଇଲାଣି ଲଘୁଚାପ ବର୍ଷା ଭୟ। ହଁ ଆଜ୍ଞା ତୀବ୍ର ବେଗରେ ମାଡ଼ି ଆସୁଛି ଆଉ ଏକ ଲଘୁଚାପ ।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 22 ତାରିଖରେ ଲଘୁଚାପ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।
ଏହି ଲଘୁଚାପ 24 ତାରିଖ ବେଳକୁ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ 48 ଘଣ୍ଟାରେ ଆହୁରି ଘନୀଭୂତ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ତେବେ ଏହି ସମୟଟି ଯେହେତୁ ଫସଲ ଅମଳ ସମୟ । ଏମିତିରେ ଏହା ପୂର୍ବରୁ ବାତ୍ୟା ମୋନ୍ଥା ଆସି ଯାହା କ୍ଷୟ କ୍ଷତି କରିସାରିଛି । ଆଉ ଏବେ ଧାନ କଟାକଟି ସମୟରେ ଯଦି ବର୍ଷା ହୁଏ ତାହା ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେବ ।
ତେବେ ଏବେସୁଦ୍ଧା ଲଘୁଚାପ ବର୍ଷା ନେଇ ସ୍ପଷ୍ଟ ହୋଇନଥିବା ବେଳେ କେବଳ ଅନୁମାନ କରାଯାଇଛି । ହେଲେ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବ ଏବଂ କେଉଁ ସ୍ଥାନରେ ଅଧିକ ବର୍ଷା ପବନ ହେବ ସେନେଇ କୌଣସି ସୂଚନା ଆସିନାହିଁ ।