ଡେରାଡୁନ : ଚାରି ଦିଗରେ ଚାରି ଧାମ । ଉତ୍ତର ଦିଗରେ ବଦ୍ରୀନାଥ ଧାମ ଅବସ୍ଥିତ । ଏବେ ବନ୍ଦ ହେଲା ବଦ୍ରିନାଥ ଧାମ କପାଟ । 6 ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ 25 ନଭେମ୍ବର 2025 ମଙ୍ଗଳବାର ଦିନ 2ଟା 56 ମିନିଟରେ ବନ୍ଦ ହୋଇଛି । ଶୀତ ଋତୁ ପାଇଁ ଏହାକୁ 6 ମାସ ପାଇଁ ବନ୍ଦ ରଖାଯାଇଛି । ଆଗାମୀ 6 ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ । ବଦ୍ରିନାଥ ଧାମର କପାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି ।
ତେବେ 12 କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିବା ବେଳେ ଅନ୍ତିମ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ବନିରେ କମ୍ପିଥିଲା ପରିବେଶ । ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ । ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ । ତେଣି ଏହି କାରଣରୁ ପ୍ରତିବର୍ଷ ବଦ୍ରିନାଥ ଧାମର ଦ୍ୱାର ଛଅ ମାସ ପାଇଁ ବନ୍ଦ ରହିଥାଏ ।
କେବେ ଖୋଲିବ ବଦ୍ରିନାଥ ଧାମ
ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ । ପ୍ରତିବର୍ଷ, ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ ।