କାମାକ୍ଷାନଗର : କଙ୍କଡ଼ାହାଡ଼ ବ୍ଲକ ବାଟ ଗାଁ ଗ୍ରାମ ପଞ୍ଚାୟତ ଠାରେ ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯକ୍ରମରେ ବିଶ୍ଵ ୟୁବ କେନ୍ଦ୍ର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର, ପ୍ରକଳ୍ପ ର president ବାଟ ଗାଁ ପଞ୍ଚାୟତ ସରପଞ୍ଚ, ଅରୁଣ ସାହୁ, FES ଅନୁଷ୍ଠାନ ର program manager ନିରଞ୍ଜନ ସାହୁ, MBK ରୁନା ନାୟକ ଉପସ୍ଥିତ ଥିଲେ ।
ପ୍ରଥମେ ତପନ ପାତ୍ର ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ପ୍ରୋଜେକ୍ଟ କାଉନସିଲ ମାନସ୍ମିତା ନାୟକ ରାଜ୍ୟସରକାରଙ୍କ ଦ୍ଵାରା ପରିଚାଳିତପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା, PM/CM କିଶାନ,ପରିବାର ମଙ୍ଗଳ ଯୋଜନା, ଭତ୍ତା, ମହାତ୍ମା ଗାନ୍ଧୀ ନରେଗା ଯୋଜନା, ଅନ୍ତୋଦୟ ଯୋଜନା,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା, ବିଷୟରେ ଅବଗତ କରାଇଥିଲେ ।
FES ଅନୁଷ୍ଠାନ ର program jangal jami yojana ଶହ କେନ୍ଦୁ ପତ୍ର ସଂଗ୍ରହ ଓ ଟା ଶହ ଥିବା ସୁବିଧା ସୁଯୋଗ ଗୁଡିକ ବିଷୟ ରେ ଆଲୋଚନା କରିଥିଲେ। ମନୋଜ ମହାପାତ୍ର ପ୍ରକଳ୍ପ ସମ୍ପାଦକ ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟି କର ଖାଦ୍ୟ,ମମତା ସ୍କିମ, ବିଷୟରେ ଅବଗତ କରାଇଥିଲେ lଆଶ ସ୍କୁଲ୍ ଯିବା କାର୍ଯ୍ୟକ୍ରମ , ସ୍ୱୟଂସହାୟକ ଗୋଷ୍ଠୀ ମାନଂକୁ ଦିଆଯାଉଥିବା ଋଣ ବ୍ୟବସ୍ଥା,ଶିଶୁ ମାନଙ୍କ ପାଇଁ ଥିବା ଅର୍ଥ ରାଶି(scholarship) ବିଷୟରେ ଅବଗତ କରାଇଥିଲେ, ପିଲାଙ୍କୁ ଦିଆଯାଉଥିବା ବଧ୍ୟାତା ମୂଳକ ଶିକ୍ଷା ବିଷୟ ରେ ଜଣାଇଥିଲେ ।
ଉପସ୍ଥିତ ଥିବା ସରପଞ୍ଚ ଅରୁଣ ସାହୁ ବାଲ୍ୟ ବିବାହ ରୋକିବା ପାଇଁ ଲୋକ ମାନଙ୍କୁ 6ସଚେତନ କରାଇଥିଲେ , ସରକାରୀ ସୁବିଧା ସୁଯୋଗ ଗୁଡିକ ବିଷୟ ଉପରେ ଆଲୋଚନ କରିଥିଲେ ଓ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଲୋକ ମାନଙ୍କୁ ବୁଝାଇ କହିଥିଲେ ତା ଶହ ଏହି ଆଲୋଚନ ହେଇଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଗୁଡିକ ର ଆସି ପଞ୍ଚାୟତ ଅଫିସ୍ ରେ ବୁଝି କି ଯିବା ପାଇଁ ଲୋକ ମାନଙ୍କୁ କହୁଥିଲେ। ଉପସ୍ଥିତ ଥିବା କୃଷି ମିତ୍ର ପୁଷ୍ପଲତା ବରାଳ କୃଷକ ମାନଙ୍କ ପାଇଁ ଥିବା ଚାଷ ଉପରେ ଯୋଜନା ଗୁଡିକ କହିଥିଲେ,ଯିବା ମୂର୍ତ, ଜିଆ ଖତ ହାଣ୍ଡି ଖତ ଏହି ସବୁ ଉପରେ ବୁଝାଇ ଥିଲେ ।
ପ୍ରାଣୀ ମିତ୍ର ସୁସ୍ମିତା ଗାଈ, ଛେଳି ଓ କୁକୁଡ଼ା ମାନଙ୍କ ଚାଷ ଉପରେ ଥିବା ସରକାରୀ ସୁବିଧା ସୁଯୋଗ କହିବା ଶହ ସେମାନଙ୍କ କିପରି ଯତ୍ନ ନେବା ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ। Crp ଅଞ୍ଜନା ସାହୁ SHG ର ଲକ୍ଷ୍ୟ ଓ loan ଗୁଡ଼ିକ କିପରି ଦିଆଯିବ କେବେ ଦିଆ ଯିବା ସମୟ ସୀମା ଶହ ସୁଧା ହାର ଏହି ସବୁ ଉପରେ ଅତି ସରଳ ଉପାୟ ରେ ବୁଝାଇ କହିଥିଲେ। ଏହି ଭଳି ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଗୁଡିକ ଲୋକ ମାନଙ୍କୁ ବୁଝାଇ କୁଆଯାଇଥିଲ ଓ କିପରି ଆବେଦନ କରିବ କିପରି ସୁବିଧା ପାଇଁ ପାରିବ ଏହି ସବୁ ଉପରେ ସରଳ ଭାବରେ ବୁଝାଗଲା। ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ , ସୁମିତ୍ରା ଦେହୁରୀ,ପୃଣିମା ସାହୁ,ତପନ ପାତ୍ର,ମନସ୍ମିତା ନାୟକ ଓ ସୁମିତ୍ରା ସ୍ବାଇଁ ।