କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗାଁରୁ ୨୦ ରୁ ଅଧିକ ସିଫ୍ଟର ଶାଳ ଓ ଶାଗୁଆନ କାଠ ଜବତ କରିଛି ବନବିଭାଗ । ଏଥିରେ ସମ୍ପୃକ୍ତ କଇଁବିଲି ଗାଁର ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନବିଭାଗ । ତେବେ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ ଓ ପଶ୍ଚିମାଞ୍ଚଳ ରେଞ୍ଜର ଙ୍କ ନେତୃତ୍ୱରେ ଫରେଷ୍ଟର ଏବଂ ଟିମ କଇଁବିଲି ଗ୍ରାମରେ ଚଢ଼ାଉ କରିଥିଲେ ।
ଗ୍ରାମର ଅଖିଳ ସାହୁଙ୍କ ଘରେ ଥିବା ପ୍ରାୟ ୨୦ ସିଫ୍ଟରୁ ଅଧିକ ଶାଗୁଆନ ଓ ଶାଳ କାଠକୁ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ । ଏ ନେଇ କାଠ ଜବତ କରିବା ସହ ଅଟକ ବ୍ୟକ୍ତିକୁ ପଚରା ଉଚରା ଜାରି ରଖିଛି ବନବିଭାଗ ।