ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରି ଭାଙ୍ଗିଲା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ସଦର ବ୍ଳକ୍ ଭାପୁର ପଞ୍ଚାୟତ ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଲଗାଣ ବର୍ଷାରେ ଭାଙ୍ଗି ପଡ଼ିଛି । ଗତ କାଲି ବିଦ୍ୟାଳୟ ଛୁଟି ରହିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ । ବିଦ୍ୟାଳୟ କ୍ୟାମ୍ପସ୍ ଖୋଲା ହୋଇ ପଡ଼ିଥିବାରୁ ଗୋରୁଗାଈ ପଶିବା ସହ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିବା ଆଶଙ୍କା ପ୍ରକାଶ ପାଇଛି । କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟାଳୟ ପାଚେରୀ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।


ସେୟାର କରନ୍ତୁ