ମଦ କାଉଣ୍ଟର ସାମ୍ନାରେ ଯୁବକଙ୍କୁ ଛୁରାମାଡ, ହତ୍ୟା

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ପଳାଶୁଣି ମଦ କାଉଣ୍ଟର ସାମ୍ନାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହକୁ ମଞ୍ଚେଶ୍ୱର ଥାନା ପୁଲିସ ଜବତ କରିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ଅଜଣା ଦୁର୍ବୁତ୍ତ ଛୁରାମାଡ କରି ହତ୍ୟା କରିଥିବା ସୂଚନା ମିଳିଛି ।

ପୁର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ପୁଲିସ ଅନୁମାନ କରୁଛି । ତେବେ ଖବର ପାଇ ସ୍ଥାନୀୟ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ଲାଗି ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । କାଉଣ୍ଟର ସମ୍ମୁଖରେ ଛିଡା ହୋଇ ମଦ କିଣୁଥିବା ବେଳେ ପଛପଟୁ ତାଙ୍କୁ କେହି ଛୁରାମାଡ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେହିଠାରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ପୁଲିସ ଦୋକାନ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିଥିବା ଜଣାପଡିଛି । ଫଟେଜ ଯାଞ୍ଚ ପରେ ଉକ୍ତ ଘଟଣାରେ କିଛି ସୁରାକ ମିଳିବ ବୋଲି ପୁଲିସ ଆଶା ବାନ୍ଧିଛି ।


ସେୟାର କରନ୍ତୁ