ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତଃର୍ଜାତିକ ବିମାନବନ୍ଦରରେ ସାପ ଆତଙ୍କ । ତା ପୁଣି ନାଗ ସାପ । ଯାହାକୁ ନେଇ ବିମାନ ଉଡାଣ ବିଳମ୍ବ ହୋଇଛି । ଘଟଣାଟି ଶନିବାର ରାତିରେରେ ଘଟିଥିବା ଜଣାପଡିଛି । ତେବେ ଏଥିରେ ବିମାନ କିମ୍ବା ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇ ନାହିଁ ।
ଘଟଣାରୁ ପ୍ରକାଶ, ଶନିବାର ରାତି ୮ ଟା ୨୦ରେ ଦିଲ୍ଲୀରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ଭୁବନେଶ୍ବରରେ ଅବତରଣ କରିଥିଲା । ବିମାନଟି ପାର୍କିସ୍ଥଳରେ ପହଞ୍ଚିବା ପୂର୍ବରୁ ଏଠାରେ ଠିଆ ହୋଇଥିବା କିଛି କର୍ମଚାରୀ ନାଗ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ବିମାନରେ ଥିବା ପାଇଲଟଙ୍କୁ ଖବର ଦିଆଯାଇଥିଲା । ସେ ବିମାନଟିକୁ ନିର୍ଦ୍ଧାରିତ ପାର୍କିଂସ୍ଥଳରୁ କିଛି ବାଟ ଦୂରରେ ବିମାନକୁ ଅଟକାଇଥିଲେ । ବିମାରବନ୍ଦରର କର୍ମଚାରୀ ନାଗ ସାପକୁ କାବୁ କରିଥିଲେ । ପରେ ପାଇଲଟଙ୍କୁ କ୍ଲିଅରାନ୍ସ ମିଳିବା ପରେ ସେ ବିମାନଟିକୁ ପାର୍କିସ୍ଥଳକୁ ଆଣିଥିଲେ । ପରେ ଏଥିରେ ଥିବା ଯାତ୍ରୀ ସୁରଖିତ ଭାବରେ ଓହ୍ଲାଇ ଥିଲେ ।
ନାଗ ସାପ ପାଇଁ ବିମାନଟି ପ୍ରାୟ ସାତ ମିନିଟ ଅଟକିଥିବା ସୂତ୍ରରୁ ଜଣାପଡିଛି । ବିମାନ ବନ୍ଦରରେ ସାପ ବାହାରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ସମୟରେ ସାପ ଉଦ୍ଧାର କରାଯାଇଛି ।