ଯୋଗ ଶିଖାଇବା ପାଇଁ ଥାଇଲାଣ୍ଡରେ ଓଡ଼ିଆ ପ୍ରାଧ୍ୟାପକ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ଯୋଗ ରଖେ ନିରୋଗ । ଯୋଗକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଯୋଗ ଦ୍ୱାରା ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ପକ୍ଷରୁ ଓଡିଶାର ଦୁଇ ଜଣ ପ୍ରାଧ୍ୟାପକଙ୍କୁ ଯୋଗ, ଧ୍ୟାନ, ମାନସିକତାରେ ପରିବର୍ତ୍ତନ ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ଡକାଯାଇଥିଲା । ଗତ ୧୮ରୁ ୨୪ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସମସ୍ତ ସୁବିଧା ସେଠାକାର ସରକାର ଯୋଗାଇ ଦେଇଛନ୍ତି । ଥାଇଲାଣ୍ଡରେ ଓଡ଼ିଆ ପ୍ରଫେସର ରୋଗ, ପ୍ରାକୃତିକ ଚିକିତ୍ସା ଏବଂ ଅପରାଧ ହ୍ରାସ ସମ୍ବନ୍ଧରେ ଏକ ସପ୍ତାହ ଧରି ଶିକ୍ଷା ପ୍ରଦାନ କରିଥିଲେ । ଏନେଇ ଓଡ଼ିଆ ପ୍ରାଧ୍ୟାପକଙ୍କୁ ଥାଇଲାଣ୍ଡରୁ ଆମନ୍ତ୍ରଣ କରାଯାଇଥିଲା ।

ଯୋଗ ଓ ଧ୍ୟାନର ବିଶ୍ୱ ଦରବାରରେ ପ୍ରଚାରପ୍ରସାର ପରିପ୍ରେକ୍ଷୀରେ ଏବେ ସବୁ ଦେଶରେ ଯୋଗକୁ ନେଇ ଉତ୍ସାହ ଉଦ୍ଦୀପନା ବଢ଼ିବାରେ ଲାଗିଛି । ଥାଇଲାଣ୍ଡର ପ୍ରତିଷ୍ଠିତ ସରକାରୀ ବିଶ୍ୱବିଦ୍ୟାଳୟ ମାହିଡୋଲ ତରଫରୁ ନିକଟରେ ଓଡ଼ିଶାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରାଧ୍ୟାପକ ଡ. ଦିନେଶ ପ୍ରସାଦ ସ୍ୱାଇଁ ଏବଂ ପ୍ରତିଭା ଶ୍ରୀଙ୍କୁ ଆମନ୍ତ୍ରିତ କରାଯାଇଥିଲା ।

ଏହି ବିଶ୍ୱବିଦ୍ୟାଳୟରେ ଉଭୟ ଦିନେଶ ଓ ପ୍ରତିଭା ଏକ ସପ୍ତାହ ଧରି ଯୋଗ, ଧ୍ୟାନ ଓ ପ୍ରାକୃତିକ ଚିକିତ୍ସା ଦ୍ୱାରା କିପରି ଭାବରେ ଦୈନଦିନ ଜୀବନକୁ ସୁଖମୟ କରିହେବ, ମାନସିକ ଅବସାଦକୁ ଦୂରେଇ ହେବ, ହିଂସା ଓ ଇର୍ଷା ଭାବନାରୁ ମୁକ୍ତି ମିଳିବ ଏବଂ ଅପରାଧ ପ୍ରବଣତାରୁ କିପରି ଭାବେ ସମାଜକୁ ମୁକ୍ତ କରି ହେବ ସେ ନେଇ ଶିକ୍ଷାଦାନ କରିଥିଲେ । ସୂଚନାଯୋଗ୍ୟ, ଉଭୟ ପ୍ରାଧ୍ୟାପକ ବିହାର ଯୋଗ ଭାରତୀରୁ ପଶିକ୍ଷଣ ଲାଭ କରିଛନ୍ତି ।


ସେୟାର କରନ୍ତୁ