ଟ୍ରକ ଧକ୍କାରେ ବାଇକ ଚାଳକ ମୃତ, ଡ୍ରାଇଭର ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ନିକଟସ୍ଥ ହସଂପାଳ ଛକରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ଗତକାଲି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଲକ୍ଷ୍ମୀସାଗର ବାସନ୍ତି ଭିଲ୍ଲାର ଶ୍ୟାମୁଜେ ଖେମକା । ସେପଟେ ଘଟଣାସ୍ଥଳରୁ ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଅଭିଯୁକ୍ତ ଡ୍ରାଇଭର ଜଣଙ୍କ ହେଲା ନୟାଗଡ଼ ଜିଲ୍ଲାର ବିନୋଦ କୁମାର ସାହୁ ।

ସୂଚନାଯୋଗ୍ୟ, ଗତକାଲି ୧୧ ଟା ସମୟରେ ବ୍ୟକ୍ତି ଜଣଙ୍କ ସ୍କୁଟି (ଓଡ଼ି-୦୨-ଏନ-୫୦୪୮)ରେ ଘରୁ କଟକ ଯାଉଥିଲେ । ଠିକ ହସଂପାଳ ଛକ ଠାରେ ଏକ ଓଆର-୦୨ଏଫ-୦୭୮୮) ନମ୍ବର ଥିବା ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାସ୍ଥଳରୁ ଟ୍ରକ ଓ ବାଇକକୁ ଜବତ କରିଥିଲା ।


ସେୟାର କରନ୍ତୁ