ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ଅକ୍ଷୟ କୁମାର, ଜାଣନ୍ତୁ କେମିତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିରେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଗତ ବର୍ଷର ସବୁଠାରୁ ଅଧିକ କର ଦାତା ରୂପରେ ପରିଗଣିତ ହୋଇଛନ୍ତି । ସେ 31 କୋଟି ଟଙ୍କା ଟିକସ ଦେଇଛନ୍ତି।ତାଙ୍କ ତଳକୁ ଅଛନ୍ତି ସଲମାନ ଖାନ୍ ଓ ଶାହରୁଖ ଖାନ୍ । ସଲମାନ 11 କୋଟି ଟଙ୍କା ଦେଇଥିବାବେଳେ, କିଙ୍ଗଖାନ 10.5 କୋଟି ଟଙ୍କା ଆୟକର ଦେଇଛନ୍ତି। ସେମାନେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଅମିତାଭ ବଚ୍ଚନ ଟିକସ ଫାଙ୍କୁଥିବା କଳାକାର ବୋଲି ବେଳେ ବେଳେ ଖବର ବାହାରେ। ଏହା ସତ୍ୱେ ସେ 5 କୋଟି ଦେଇଛନ୍ତି। ସଫଳ ଅଭିନେତା ରଣବୀର କପୂର 4 କୋଟି ଟିକସ ଦେଇଛନ୍ତି। ସୈଫ ଅଲୀ ଖାନ ପଇଠ କରିଛନ୍ତି 3 କୋଟି ଟଙ୍କା।

ସେଇ ଭଳି ଐଶ୍ୱର୍ଯ୍ୟା ରାୟ ବଲିଉଡ଼ର ସବୁଠାରୁ ଅଧିକ ଟିକସ ଗଣିଥିବା ଅଭିନେତ୍ରୀ। ସେ ବିଗତ କିଛି ବର୍ଷ ହେବ ସେ ଭଳି କୌଣସି ଆଖିଦୃଶିଆ ସଫଳତା ପାଇ ପାରି ନାହାନ୍ତି। କିନ୍ତୁ ସେ ବହୁତ ବ୍ୟବସାୟିକ ବିଜ୍ଞାପନରେ ଦେଖା ଦେଉଛନ୍ତି। ଗତ ବର୍ଷ ଟିକସ ବାବଦରେ ସେ 3 କୋଟି ଟଙ୍କା ଗଣିଥିଲେ। ତାଙ୍କ ତଳକୁ ଅଛନ୍ତି ଦ୍ୱିତୀୟ ଓ ତୃତୀୟ ଟିକସ ଦାତ୍ରୀ ଯଥାକ୍ରମେ କାଟ୍ରିନା କୈଫ୍ ଏବ˚ କରୀନା କପୂର ଖାନ୍। ଟିକସ ବାବଦରେ କାଟ୍ରିନା 2.5କୋଟି ଟଙ୍କା ଦେଇଥିବାବେଳେ, କରିନା ଦେଇଥିଲେ 2.2 କୋଟି ଟଙ୍କା।


ସେୟାର କରନ୍ତୁ