ମୁମ୍ବାଇ:ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି। ହେଲେ ସଲମାନଙ୍କ ଶୁଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।
ସଲମାନ ବର୍ଷାରେ ଶୁଟିଂ ପାଇଁ ନିଜ ସାଇକେଲରେ ‘ଦବଙ୍ଗ-୩’ର ସେଟ୍ ପର୍ଯ୍ୟନ୍ତ ପହଁଚୁଛନ୍ତି।ଏ ନେଇ ସେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଆଉ ରାସ୍ତାରେ ତାଙ୍କ ଫ୍ୟାନମାନେ ତାଙ୍କୁ ଦେଖି ବେଶ୍ ଖୁସି ଅନୁଭବ କରିବା ସହିତ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି। ପୂର୍ବରୁ ତାଙ୍କୁ ଅନେକଥର ମୁମ୍ବାଇର ରାସ୍ତାରେ ସାଇକେଲ ଚଲାଇବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଦବଙ୍ଗ ସିରିଜ୍ ତୃତୀୟ ସଂସ୍କରଣ ଫିଲ୍ମ ‘ଦବଙ୍ଗ-୩’। ଏଥିରେ ସଲମାନଙ୍କୁ ନିଜ ଭୂମିକା ଚୁଲ୍ବୁଲ୍ ପାଣ୍ଡେର ଉଭୟ ଯୌବନ ଓ ବୃଦ୍ଧାବସ୍ଥା ଦେଖିବାକୁ ମିଳିବ।
