ରାକେଶ ଶର୍ମାଙ୍କ ବାୟୋପିକରେ ନଜର ଆସିବେ ଅମୀର ଖାନ

ସିନେମା
ସେୟାର କରନ୍ତୁ

ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରାୟ କପୁର ନିକଟରେ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ସାରେ ଜାହାଁ ସେ ଆଚ୍ଛା’ ସମ୍ପର୍କରେ ଅବଗତ କରାଇଛନ୍ତି । 2 ବର୍ଷ ତଳେ ସେ ଏ ବାବଦରେ ଘୋଷଣା କରିଥିଲେ । କୌଣସି କାରଣରୁ ପ୍ରୋଜେକ୍ଟଟି ଆଗେଇପାରୁନାହିଁ । ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଏହି ବାଇଓପିକ୍‌‌ରେ ମୁଖ୍ୟ ଭୂମିକାରେ ଅମିର ଖାନ୍ ଅଭିନୟ କରିବା ମଧ୍ୟ ସ୍ପଷ୍ଟ ହୋଇସାରିଛି ।

ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମିର ଖୁବ୍ ଉତ୍ସାହିତ ଥିବାର ପ୍ରକାଶ । ସମୟ ଅଭାବ କାରଣରୁ ଅମିର ଏଯାଏଁ ଚଳଚ୍ଚିତ୍ରର ଡେଟସ୍‌ ସ୍ଥିର କରିପାରୁନାହାନ୍ତି । ଏଣୁ କିଛି ମାସ ତଳେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, ରଣବୀର କପୁର କିମ୍ବା ବିକି କୌଶଲ୍ ମଧ୍ୟ ଅଭିନୟ କରିପାରନ୍ତି ବୋଲି ଶୁଣାଯାଉଥିଲା । ପରବର୍ତ୍ତୀ ସମୟରେ ଅମିର ପୁଣି ସବୁଜ ସଙ୍କେତ ଦେଇଥିବାର ଜଣାପଡ଼ିଛି । ଚଳିତ ବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି ।


ସେୟାର କରନ୍ତୁ