ହରିୟାଣାର ଖେଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବେ କପିଲ ଦେବ

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ:ହରିୟାଣାର ଖେଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ରିକେଟର କପିଲ ଦେବ । ସୋନିପଥର ରାଇରେ ମୋତିଲାଲ ନେହେରୁ ସ୍କୁଲ ଅଫ ସ୍ପୋଟର୍ସ କ୍ୟାମ୍ପସରେ ଏହି ଖେଳ ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଛି ।ହରିୟାଣା ଖେଳମନ୍ତ୍ରୀ ଅନିଲ ବିଜ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ,ନିୟମଅନୁସାରେ କୌଣସି ବିଶ୍ୱବିଦ୍ୟାଳୟର କୁଳପତିର ପଦ ରାଜ୍ୟର ରାଜ୍ୟପାଳଙ୍କୁ ଦିଆଯାଇଥାଏ, କିନ୍ତୁ ହରିୟାଣାରେ ନିଯୁକ୍ତିକୁ ନେଇ ଆଇନକୁ ପରିବର୍ତ୍ତନ କରାଯାଇଛି । ରାଜ୍ୟପାଳ ସଂରକ୍ଷକଙ୍କ ଭୂମିକାରେ ରହିବେ ।
ପ୍ରଥମ ଥର ପାଇଁ ଖେଳ ଦୁନିଆ ସହ ଜଡିତ ଥିବା ଜଣେ ବ୍ୟକ୍ତିକୁ ଏହି ପଦ ପାଇଁ ନିଯୁକ୍ତ କରାଯାଇଛି । ହରିୟାଣା ସରକାର ଗତ ମୌସୁମୀ ଅଧିବେଶନରେ ପ୍ରଦେଶର ପ୍ରଥମ ଖେଳ ବିଶ୍ୱବିଦ୍ୟାଳୟ ସ୍ଥାପନା କରିଥିଲେ ।


ସେୟାର କରନ୍ତୁ