ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ପାଇଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଫର୍ଚ୍ୟୁନ୍ ଇଣ୍ଡିଆ 2019ର 50 ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ଥାନ ପାଇଛନ୍ତି ।ସେ 39ତମ ସ୍ଥାନରେ ରହିଛନ୍ତି ।ସେ ଖୁବ୍ କମ ବୟସରେ ଏହି ସୂଚୀରେ ନିଜର ନାଁ ସାମିଲ କରିବାରେ ସଫଳ ହୋଇଥିବା କୁହାଯାଉଛି ।ବଲିଉଡ୍ର ଅଭିନେତ୍ରୀ ଭାବରେ ଏହି ସଫଳତା ହାସଲ କରିବାରେ ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା । ଅନୁଷ୍କା ଶର୍ମା ଫିଲ୍ମ ରବ୍ ନେ ବନା ଦି ଯୋଡ଼ିରୁ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଛନ୍ତି ।ଏହି ଫିଲ୍ମ 2008ରେ ରିଲିଜ ହୋଇଥିଲା ।
ଫର୍ଚ୍ୟୁନ୍ ଇଣ୍ଡିଆ ପ୍ରତି ବର୍ଷ ମହିଳାମାନଙ୍କର ବାର୍ଷିକ ର୍ୟା ଙ୍କିଙ୍ଗ୍, ସେମାନଙ୍କ ବ୍ୟବସାୟ କୌଶଳ ଏବଂ ସାମାଜିକ ଓ ସାଂସ୍କୃତିକ ପ୍ରଭାବକୁ ଆଧାର କରି ସୂଚୀ ପ୍ରସ୍ତୁତ କରିଥାଏ ।ଏହି ସୂଚୀରେ ଅନୁଷ୍କାଙ୍କ ନାଁ 39 ନମ୍ବରରେ ରଖି ଫର୍ଚ୍ୟୁନ୍ ଇଣ୍ଡିଆ ପକ୍ଷରୁ ଲେଖାଯାଇଛି କି, ଶର୍ମା ନିଜର ପୋଷାକ ବ୍ରାଣ୍ଡ ନୁସ୍ର ଚେହେରା ହେବା ସହ ନିଭିଆ, ଏଲେ 17, ମିନ୍ତ୍ରା ଏବଂ ଲେଭି ଭଳି ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ବନିଛନ୍ତି । ଏନ୍ଏଚ୍-10, ଫିଲୌରୀ ଏବଂ ପରୀ ଭଳି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ପ୍ରତିଟି ଫିଲ୍ମ ବକ୍ସ ଅଫିସରେ 40କୋଟି ଟଙ୍କାରୁ ଅଧିକ ଆୟ କରିଥିଲା ।ଏହା ସହ ସେ ଜଣେ ସଫଳ ପ୍ରଦିଓସର ଭାବରେ ନିଜକୁ ଆବିଷ୍କାର କରିଛନ୍ତି । ଅନୁଷ୍କାଙ୍କ ଏହି ସବୁ କାମକୁ ନଜରରେ ରଖି ତାଙ୍କୁ ସୂଚୀରେ ସ୍ଥାନ ଦିଆଯାଇଛି ।


ସେୟାର କରନ୍ତୁ