ଏକ ସର୍ଭେରୁ ଜଣାଯାଇଛି ,ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ତାଲିକାରେ ନରେନ୍ଦ୍ର ମୋଦୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ତାଲିକାରେ ନରେନ୍ଦ୍ର ମୋଦୀ ରହିଛନ୍ତି । ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଅଲଗା ଓ ମହିଳାଙ୍କ ପାଇଁ ଅଲଗା ଶ୍ରେଣୀରେ ସର୍ଭେ କରାଯାଇଥିଲା । ଏଥିରେ 41ଟି ଦେଶର 42ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।
ଏହି ସର୍ଭେ ଅନୁଯାୟୀ ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଥିବା ବେଳେ ମହିଳାଙ୍କ ତାଲିକାରେ ବକ୍ସର ମାରିକମ ଆଗରେ ଅଛନ୍ତି ।ସର୍ଭେରେ ମୋଦୀଙ୍କୁ 15.66 ପ୍ରତିଶତ ନମ୍ବର ମିଳିଥିବା ବେଳେ ଓ ମାରିକମଙ୍କୁ 10.36 ପ୍ରତିଶତ ନମ୍ବର ମିଳିଥିବା କୁହାଯାଇଛି । ଏଥିରେ ପୁରୁଷଙ୍କ ତାଲିକାର ଦୁଇ ନମ୍ବରରେ ଅଛନ୍ତି ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ 8.58 ପ୍ରତିଶତ ନମ୍ବର ମିଳିଛି ।
ପୁରୁଷ ତାଲିକାରେ ତୃତୀୟ ସ୍ଥାନରେ ରତନ ଟାଟା ଥିବା ବେଳେ ଚତୁର୍ଥ ସ୍ଥାନରେ ବାରାକ ଓବାମା ରହିଛନ୍ତି । ପଞ୍ଚମ ସ୍ଥାନରେ ବିଲ୍ ଗେଟସ୍ ଓ ଷଷ୍ଠ ସ୍ଥାନରେ ଅମିତାଭ ବଚ୍ଚନ ରହିଛନ୍ତି । ସପ୍ତମ ସ୍ଥାନରେ ସଚିନ ତେନ୍ଦୁଲକର ଓ ଅଷ୍ଟମରେ ବିରାଟ କୋହଲି ରହିଛନ୍ତି । ନବମ ସ୍ଥାନରେ ଶାହରୁଖ୍ ଖାନ ଏବଂ ଦଶମ ସ୍ଥାନରେ ରହିଛନ୍ତି ଜାକି ଚାନ୍।
ସେଇଭଳି ମହିଳାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ଓ ତୃତୀୟ ସ୍ଥାନରେ ଲତା ମଙ୍ଗେସକର ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଦିବଙ୍ଗତ ସୁଷମା ସ୍ବରାଜ ଏବଂ ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ୍ ଅଛନ୍ତି ।


ସେୟାର କରନ୍ତୁ