ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ପ୍ରଶଂସା କଲେ ଅମିତାଭ ବଚ୍ଚନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ବଲିଓଡ଼ର କିମ୍ବଦନ୍ତୀ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ ‘ବଦ୍‌ଲା’କୁ ନେଇ ଖୁବ୍‌ ଖୁସି ଅଛନ୍ତି । ବିଗ୍‌ ବି ବଲିଓଡ଼ରେ ଯିଏକି ଦୁଇ ପିଢ଼ି ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି, ବଦ୍‌ଲା ଭଳି ଫିଲ୍ମରେ କାମ କରିବାର ସୁଯୋଗ ପାଇ ସେ ଖୁସି ବୋଲି କହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ପ୍ରଶଂସା କରିବା ସହ ଅମିତାଭ ବଚ୍ଚନ ତାଙ୍କୁ ଜଣେ କୁଶଳୀ କଳାକାର ବୋଲି କହିଛନ୍ତି ।ଅମିତାଭ ଆଗକୁ ମଧ୍ୟ ତାଙ୍କ ସହ ଫିଲ୍ମ କରିବାର ସୁଯୋଗ ପାଇଲେ ସେ ଖୁସି ହେବେ ବୋଲି ଜଣାଇଛନ୍ତି ।
ବିଗ୍‌ ବିଙ୍କ କହିବା ମୁତାବକ, ରହସ୍ୟମୟ ଫିଲ୍ମ ‘ବଦ୍‌ଲା’ ରେ କାମ କରି ମୁଁ ବହୁତ ଖୁସି ଅଛି । ବିଗ୍‌ ବି ଏହି ଫିଲ୍ମକୁ ରୋମାଞ୍ଚକ ଏବଂ ଆକର୍ଷକ କରିବାର ଶ୍ରେୟ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ଦେଇଛନ୍ତି । ଏହି ଫିଲ୍ମରେ ମୋ ସହ କାମ କରିଥିବା ଅଭିନେତ୍ରୀ ତାପ୍‌ସୀ ଜଣେ କୁଶଳୀ କଳାକାର । ତାଙ୍କ ସହ ପୁଣି ଥରେ କାମ କଲେ ମୁଁ ବହୁତ ଖୁସି ହେବି ବୋଲି ଅମିତାଭ କହିଛନ୍ତି ।


ସେୟାର କରନ୍ତୁ