ଭଲ ଅଭିନେତ୍ରୀଟିଏ ହବା ପାଇଁ ମା କେଉଁ ସବୁ ଗୁଣ ଶିଖାଇଛନ୍ତି ଜାହ୍ନବୀଙ୍କୁ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଭଲ ଅଭିନେତ୍ରୀ ହବା ପାଇଁ ମା କେତେ ଗୁଡିଏ କଥା ଜାହ୍ନବୀଙ୍କୁ କହିଅଛନ୍ତି । ତାହା ସେ ମାମି ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିବା ବେଳେ ନିଜ ମା’ଙ୍କୁ ନେଇ ଅନେକ କଥାର ଖୁଲାସା କରିଥିଲେ ।

ସେ ଏହି ଫିଲ୍ମ ଫେଷ୍ଟିଭାଲରେ ସିନେମା ଉପରେ ଏବଂ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ କେଉଁ କେଉଁ ସବୁ ଗୁଣର ଆବଶ୍ୟକତା ରହିଛି ସେ ବିଷୟରେ ଜାହ୍ନବୀ ଆଲୋଚନା କରିଥିଲେ ।

ଜାହ୍ନବୀଙ୍କୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ତାଙ୍କ ମା’ ତଥା ବଲିଉଡ୍‌ର ସୁପରଷ୍ଟାର ଶ୍ରୀଦେବୀ ତାଙ୍କୁ କ’ଣ କ’ଣ ସବୁ ଶିଖାଇଥିଲେ ସେ ବିଷୟରେ କହିଥିଲେ ଜାହ୍ନବୀ ।
ଜାହ୍ନବୀଙ୍କ କହିବା ମୁତାବକ, ମା’ ମୋତେ ସବୁବେଳେ ଭଲ କଳାକାର ହେବା ପାଇଁ କେଉଁ କେଉଁ ସବୁ ଗୁଣ ରହିବା ଆବଶ୍ୟକ ସେ ବିଷୟରେ ଶିଖାଉଥିଲେ ।

ସେ କହୁଥିଲେ ଯେ, ତୁମେ ଯାହା ବି ଭାବନା କରୁଅଛ ଓ ତୁମ ମନ ଭିତରେ ଯାହା ବି ଚାଲୁଅଛି, ତାହା ତୁମ ଚେହେରାରେ ସ୍ପଷ୍ଟ ବାରିହୋଇ ଜଣା ପଡ଼ି ଯାଇଥାଏ । ସେଥିପାଇଁ ଜଣେ ଭଲ କଳାକାର ହେବା ପାଇଁ ହେଲେ ପ୍ରଥମେ ଭଲ ମଣିଷ ହେବା ଦରକାର । କାରଣ କ୍ୟାମେରା ସବୁ ଦେଖିପାରିଥାଏ ।


ସେୟାର କରନ୍ତୁ