ମରଜାୱା ଫିଲ୍ମର ନୂଆ ଗୀତ ରିଲିଜ ଆସନ୍ତୁ ଜାଣିବା ଗୋଟିଏ ଦିନରେ କେତେ ଶ୍ରୋତା ଶୁଣିଛନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମରଜାୱା ଫିଲ୍ମର ଆଉ ଏକ ରୋମାଣ୍ଟିକ ଗୀତର ଟ୍ରେଲର ରିଲିଜ ହୋଇଅଛି । ଫିଲ୍ମ ମରଜାୱାର ଟ୍ରେଲର ଯଦିଓ ଦର୍ଶକଙ୍କ ଉପରେ ସେତେ ବିଶେଷ ପ୍ରଭାବ ପକାଇ ପାରି ନାହିଁ । କିନ୍ତୁ ଏହି ନୂଆ ଗୀତ ରିଲିଜ ହେଉ ହେଉ ସମସ୍ତଙ୍କ ପ୍ଲେ ଲିଷ୍ଟରେ ନିଜ ଜାଗା ବନାଇସାରିଲାଣି ।

ମରଜାୱା ଫିଲ୍ମର ରିଲିଜ ହୋଇଥିବା ସମସ୍ତ ଗୀତ ଦର୍ଶକଙ୍କ ମନ ଜିତି ନେଉଥିବାର ଦେଖାଯାଉଅଛି । ଏହି ଫିଲ୍ମର ନୂଆ ରୋମାଣ୍ଟିକ ଗୀତ ‘ଥୋଡ଼ି ଜଗହ’ ଶୁକ୍ରବାର ଦିନ ରିଲିଜ ହୋଇଛି । ରିଲିଜ ହେବାର ଦିନକ ଭିତରେ ଏହାକୁ 70ଲକ୍ଷ ଶ୍ରୋତା ଶୁଣିଛନ୍ତି ।

ଅରଜିତଙ୍କ ସୁରିଲା କଣ୍ଠ ସହ ତାନିଷ୍କ ବାଗଚୀଙ୍କ ଏହି ଗୀତଟି ଧମାଲ ମଚେଇ ଚାଲିଛି । ଏହି ମରଜାୱା ଫିଲ୍ମର ତୁମହି ଆନା ଗୀତଟି ଲୋକଙ୍କ କଲର ଟ୍ୟୁନ ଓ ରିଙ୍ଗ ଟୋନରେ ସାମିଲ ହୋଇସାରିଛି । ଏହି ଫିଲ୍ମର ରିଲିଜ ହୋଇଥିବା ରୋମାଣ୍ଟିକ ଟ୍ରାକକୁ ମଧ୍ୟ ଭଲ ରିଭ୍ୟୁ ମିଳି ଥିବାର ଦେଖାଯାଉଅଛି ।


ସେୟାର କରନ୍ତୁ