ପରିଣୀଟିତି ଚୋପ୍ରାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ରୋଚକ ତଥ୍ୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡ କୁଇନ ପରିଣୀତି ଚୋପ୍ରାଙ୍କ ଜନ୍ମଦିନ । ଅକ୍ଟୋବର 22 ତାରିଖ 1988ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ । ପରିଣୀତିଙ୍କ ଅଭିନୟକୁ ଦେଖିଲେ ଜଣାପଡେ ସେ ଏତେଟା ସଫଳତା ପାଇ ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି । କ୍ୟାରିୟର୍‌ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି ।

ନିର୍ଦ୍ଦେଶକ ଅମୋଲ ଗୁପ୍ତେ ସାଇନା ନେହୱାଲଙ୍କ ବାୟୋପିକରେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ବହୁ ଆଗରୁ ଜଣାଯାଇଛି । ହେଲେ ଏବେ ପରିଣୀତି ଏହି ସିନେମାପାଇଁ ଖୁବ ପରିଶ୍ରମ କରୁଛନ୍ତି ବୋଲି ପ୍ରଯୋଜକ ଭୂଷଣ କୁମାର କହିଛନ୍ତି ।

ସୂଚନାଯୋଗ୍ୟ ଫିଲ୍ମ‘ସ୍ତ୍ରୀ’ର ଜବରଦସ୍ତ ସଫଳତା ପରେ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍ ସାଇନା ନେହଓ୍ଵାଲଙ୍କ ବାୟୋପିକ୍ ସୁଟିଂରେ ଯୋଗ ଦେଇଥିଲେ । ଭୂଷଣ କୁମାରଙ୍କ ପ୍ରଯୋଜିତ ତଥା ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଖୁବ୍ ପରିଶ୍ରମ କରୁଥିଲେ । ଏହି ଫିଲ୍ମର ଫାର୍ଷ୍ଟଲୁକ୍ ମଧ୍ୟ କିଛି ଦିନ ତଳେ ଆଉଟ୍ ହୋଇଥିଲା । କିନ୍ତୁ ପରେ ଏକ ସପ୍ତାହ ପାଇଁ ଫିଲ୍ମର ସୁଟିଂ ବନ୍ଦ ରଖାଯାଇଥିଲା ।

ପ୍ରକୃତରେ ଶ୍ରଦ୍ଧା କପୁରଙ୍କ ଦେହ ଖରାପ ଥିଲା ବୋଲି ଶୁଣିବାକୁ ମିଳିଥିଲା । ସେ ନିଜର ଚେକ୍ଅପ୍ କରାଇବା ସମୟରେ ଜଣାପଡ଼ିଥିଲା ଯେ ଶ୍ରଦ୍ଧା ଡେଙ୍ଗୁରେ ପୀଡ଼ିତା । ଏହାପରେ ଆଉ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍ ସାଇନା ନେହଓ୍ଵାଲଙ୍କ ବାୟୋପିକ୍ରେ କାମ କରୁ ନ ଥିବା ଜଣାଯାଇଥିଲା । ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଠିକ୍ କରିଥିଲେ ।


ସେୟାର କରନ୍ତୁ