ମାଡି ଆସୁଛି ଘୂର୍ଣ୍ଣିବାତ୍ୟା ‘କ୍ୟାର୍‌’ 24ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେବ

Truthink
ସେୟାର କରନ୍ତୁ

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘କ୍ୟାର୍‌’ ପାଇଁ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉଗ୍ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ଫଳରେ କର୍ଣ୍ଣାଟକ, ମହରାଷ୍ଟ୍ର, ଗୋଆ ବ୍ୟତୀତ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ହେବ ।

ସୂଚନା ମୁତାବକ , ଉତ୍ତର ଏବଂ ଦକ୍ଷିଣ ଗୋଆରେ ଅତି ପ୍ରବଳ ବର୍ଷା ହେବ ବୋଲି ଗତକାଲି ପାଣିପାଗ ବିଭାଗ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଥିଲା । ମାତ୍ର, ଆସନ୍ତା 24 ଘଣ୍ଟାରେ ବାତ୍ୟା ପ୍ରବଳ ଘୂର୍ଣ୍ଣିଝଡ଼ର ରୂପ ନେବ । ଏହା ଓମାନ୍‌ ଉପକୂଳର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଜି ଏ ନେଇ ସୂଚନା ଦେଇଛି । ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ମହାରାଷ୍ଟ୍ର,ଗୋଆ ଏବଂ ଦକ୍ଷିଣ ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ ।

ଏଣୁ ଏହି 4 ରାଜ୍ୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଅଛି । ‘କ୍ୟାର୍‌’ର ଭୟବହତାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ପ୍ରହରୀ, ଅମଲ, ଅପୂର୍ବ, ଅମର୍ତ୍ତ୍ୟ ଏବଂ ରାଜଦୂତକୁ କର୍ଣ୍ଣାଟକ ଓ ଗୋଆ ତଟରେ ସଜାଗ କରି ରଖାଯାଇଛି ।


ସେୟାର କରନ୍ତୁ