ରାଜକୁମାର ରାଓ ଶାହାରୁଖଙ୍କୁ ଟିକେ ଦେଖିବାପାଇଁ ‘ମନତ’ ସାମ୍ନାରେ କେମିତି ଅପେକ୍ଷା କରୁଥିଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ରାଜକୁମାର ରାଓ ଜଣେ ପରିଚିତ ଚେହେରା । ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ସହ ଦର୍ଶକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରିଥାନ୍ତି । ଲୋକପ୍ରିୟତା ହାସଲ କରିବା ପାଇଁ ଅଭିନେତା ରାଜକୁମାର ରାଓଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।

ଜାଣିବାକୁ ମିଳିଛି ଯେ ସେ କିଙ୍ଗ୍‌ଖାନଙ୍କୁ ଭେଟିବା ପାଇଁ ତାଙ୍କ ଘର ‘ମନତ’ ସାମ୍ନାରେ ଘଣ୍ଟା ଘଣ୍ଟା ଆପେକ୍ଷା କରି ରହୁଥିଲେ । ଅନ୍ୟ ଅଭିନେତାଙ୍କ ପରି ତାଙ୍କୁ ମଧ୍ୟ ମୁମ୍ବାଇରେ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଥିଲା ।

ରାଜକୁମାର ପୂର୍ବରୁ ଏକ ସାକ୍ଷାତ୍‌କାରେ କହିଥିଲେ ଯେ ସେ ଶାହାରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ । ସେ ଶାହାରୁଖଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଭିନୟ କରିବା କଥା ଚିନ୍ତା କରିଛନ୍ତି । ସେ ଏଇ ନିକଟରେ ଶାହାରୁଖଙ୍କ ସଂପର୍କରେ ଆହୁରି ମଧ୍ୟ କିଛି କଥା କହିଛନ୍ତି ଯେ ସେ ଯେତେବେଳେ ମୁମ୍ବାଇ ଆସିଥିଲେ କେବଳ ଶାହାରୁଖଙ୍କର ଏକ ଝଲକ ପାଇବା ପାଇଁ ‘ମନତ’ ସାମ୍ନାରେ ସେ ବେଳେବେଳେ 7ରୁ 8 ଘଣ୍ଟା ଅପେକ୍ଷା କରି ରହୁଥିଲେ ।


ସେୟାର କରନ୍ତୁ