ଅଜୟ -ସୈଫଙ୍କର ‘ତାନାଜୀ: ଦ ଅନସଙ୍ଗ ୱାରିଅର’ ଟ୍ରେଲର ଦେଖିକି, ଲୋକେ କହିଲେ ତବାହି ମଚେଇବ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପିରିୟଡ଼ ଡ୍ରାମା ‘ତାନାଜୀ: ଦ ଅନସଙ୍ଗ ୱାରିଅର’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ଅଜୟ ଦେବଗନ,ସୈଫ ଅଲ୍ଲୀ ଖାନ ଏବଂ ଶରଦ କେଲକର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସୋସିଆଲ ମିଡ଼ିଆ ଉପରେ ଫିଲ୍ମର ଟ୍ରେଲର ଖୁବ ପସନ୍ଦ ଆସୁଛି । ଟ୍ରେଲରକୁ ଭଲ ରେସ୍ପନ୍ସ ମିଳୁଛି ।

କେମିତି ଲାଗୁଛି ଲୋକମାନଙ୍କୁ ଟ୍ରେଲର ?

ଜଣେ ୟୁଜର ଟ୍ରେଲର ଦେଖି ଲେଖିଛନ୍ତି,ତବାହି ମଚେଇବ । ଆଉ ଜଣେ ୟୁଜର ଲେଖିଲେ, ୟୁଟ୍ୟୁବ ହ୍ୟାଙ୍ଗ କରି ଦବ ରେ । ଟ୍ରେଲରରେ ସୈଫ ଅଲ୍ଲୀ ଖାନ ଏବଂ ଅଜୟ ଦେବଗନ ଦୁହିଁଙ୍କର ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁଛି । ସୈଫଙ୍କର ରୋଲର ମଧ୍ୟ ଖୁବ ତାରିଫହୋଇଛି ।

ଏପିକ, ବ୍ଳାଙ୍କବଷ୍ଟର, ଫାଡିଦେଲା, ଏହାଠାରୁ ବେହେତର କିଛି ହୋଇପାରିବ ନାହିଁ, ସୁପରରୁ ବହୁତ ବହୁତ ବହୁତ ଉପର, ମାଇଂଡବ୍ଲଇଙ୍ଗ , ସୁପରହିଟ,ବାବାଲ କାଟିଦେଲା, ବକ୍ସ ଅଫିସ ଉପରେ ଧମାକା ଜେସି କମେଣ୍ଟ ଏହି ଟ୍ରେଲରକୁ ମିଳୁଛି ।

ବତେଇ ଦବାକି ଫିଲ୍ମର କାହାଣୀ ତାନାଜୀ ମାଲୁସରେ ଜୀବନ ଉପରେ ଆଧାରିତ ହୋଇଛି । ଅଜୟ ଦେବଗନ ଏହି ଫିଲ୍ମରେ ତାନାଜୀ ମାଲୁସରେ ବନିଛନ୍ତି । ତାନାଜୀର ନିର୍ଦେଶନା ଓମ ରାୱତ ଦେଇଛନ୍ତି । ଫିଲ୍ମରେ ସୈଫ ଅଲ୍ଲୀ ଖାନ ଉଦୟ ଭାନ ଏବଂ ଶରଦ କେଲକର ଛତ୍ରପତି ଶିବାଜୀ ଭୂମିକାରେ ଅଛନ୍ତି ।

ତାନାଜୀରେ କାଜୋଲ ଗେଷ୍ଟ ଓପିଏରେନ୍ସ ଅଛନ୍ତି । ସେ ଏଥିରେ ତାନାଜୀଙ୍କର ପତ୍ନୀ ସାବିତ୍ରୀବାଇ ମାଲୁସରେ ଭୂମିକାରେ ଅଛନ୍ତି । ଲମ୍ବା ସମୟ ପରେ ଦର୍ଶକମାନେ କାଜୋଲ ଏବଂ ଅଜୟଙ୍କୁ ସିଲଭର ସ୍କିର୍ନ ଉପରେ ଦେଖିବାକୁ ପାଇବେ । ତାନାଜୀ ସିନେମା ଘରରେ 10 ଜାନୁୟାରୀ 2020ରେ ରିଲିଜ ହେବ । ତାନାଜୀର କାହାଣୀ 17 ବି ଶତାବ୍ଦୀ ଉପରେ ଆଧାରିତ ।

ତାନାଜୀ ମାଲୁସରେ ବୀର ମରାଠା ଯୁଦ୍ଧା ଥିଲେ । ସେ ମରାଠା ସାମ୍ରାଜ୍ୟର ସଂସ୍ଥାପକ ଶିବାଜୀ ମହାରାଜଙ୍କର ସେନାରେ ସୈନ୍ୟ ନେତା ଥିଲେ । ତାନାଜୀ ଛତ୍ରପତି ଶିବାଜୀଙ୍କ ସାଥିରେ ମିଶି କେତେ ଯୁଦ୍ଧ ଲଢ଼ିଛନ୍ତି । ତାନାଜୀ 1670 ରେ ହୋଇଥିବା ସିଂହଗଡ ଯୁଦ୍ଧରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ମନେ ରଖାଯାଉଛି ।


ସେୟାର କରନ୍ତୁ