ଆମେ ସବୁବେଳେ ନିଜର ସୌନ୍ଦର୍ୟ୍ୟକୁ ନେଇ ଚିନ୍ତିତ ଥାନ୍ତି, ଆଉ ଯେତେବେଳେ ମୁଖ ସୌନ୍ଦର୍ୟ୍ୟର କଥା ଆସେ ସେତେବେଳେ ତ ଆହୁରି ଅଧିକା ଗୁରୁତ୍ବ ଦେଇଥାନ୍ତି ହେଲେ ମୁଁହରେ ବ୍ରଣ ବାହାରିବା ଦ୍ଵାରା ଆମ ସୌନ୍ଦର୍ୟ୍ୟ କମିଯାଇଥାଏ ଗୋଟିଏ ମାତ୍ର ବ୍ରଣ ମୁହଁର ସୌନ୍ଦର୍ୟ୍ୟକୁ ନଷ୍ଟ କରି ଦେଇଥାଏ। ଯଦି କୌଣସି ଉତ୍ସବରେ ଯୋଗ ଦେବାକୁ ଅଛି ଏବଂ ମୁହଁରେ ବ୍ରଣ ଭରି ରହିଛି, ତେବେ ଉତ୍ସବର ମଜା ପୁରା ଖରାପ ହୋଇଯାଏ।
ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର କଥା କହିବୁ ଯାହାକୁ ଆପଣାଇବା ଦ୍ବାରା ଗୋଟିଏ ରାତିରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ସିରକା ବା ସେଓ ରସ: ଆପେଲ୍ ସାଇଡର ଭିନେଗାର ବା ସେଓ ରସକୁ ଏକ କଟନ୍ ବା ତୁଳାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ରଖି ରାତିରେ ଶୋଇ ପଡନ୍ତୁ। ସକାଳକୁ ଏହାର ଫରକ ନିଶ୍ଚୟ ଦେଖିପାରିବେ।ଟୁଥ୍ପେଷ୍ଟ:ବ୍ରଣ ଉପରେ ପ୍ରଥମେ ବରଫର ଶେକ ଦିଅନ୍ତୁ। ପରେ ମୁହଁକୁ ପୋଛି ବ୍ରଣ ଉପରେ ଟୁଥ୍ପେଷ୍ଟ ଲଗାଇ ୨୦ରୁ ୩୦ ମିନିଟ୍ ଛାଡି ଦିଅନ୍ତୁ। ପାଣି ଧୋଇ ହୋଇ ପଡନ୍ତୁ। ଏହା ଦ୍ବାରା ତୁରନ୍ତ ବ୍ରଣ ସମସ୍ୟା ଦୂର ହୋଇଥାଏ।
