ମୁଁହରେ ସୌନ୍ଦର୍ଯ୍ଯ ଆଣିବା ପାଈଁ ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି । କିଛି ଦିନ ଗୋରା ଦେଖାଯିବା ପରେ ପୁଣି ମଳିନ ପଡ଼ିଯାଇଥାନ୍ତି । ମାତ୍ର ଘରୋଇ ଉପାୟରେ ମଧ୍ୟ ତ୍ୱଚାରେ ଚମକ ଆସିବ ବୋଲି ଅନେକ ଜାଣି ନ ଥାନ୍ତି । ତେବେ ଜାଣନ୍ତୁ ଏ ସମ୍ପର୍କରେ କିଛି ନୂଆ ଉପାୟ…

– ଗୋରା ହେବା ପାଇଁ କ୍ଷୀର ସବୁଠୁ ଭଲ। ଗୋଟିଏ କଦଳୀକୁ କ୍ଷୀରରେ ଚକଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ । ଶୁଖିଗଲା ପରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ । ସପ୍ତାହକୁ 3/4 ଥର ଏପରି କଲେ ମୁହଁ ଉଜ୍ଜ୍ୱଳ ଦିଶିବା ସହ କୋମଳ ହୋଇଥାଏ ।

– ବେସନରେ କ୍ଷୀର, ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ । ଏପରି ନିୟମିତ କଲେ ଫରକ କ’ଣ ଜାଣିପାରିବେ ।

– ଗୋଟିଏ ଅଣ୍ଡା, କିଛି ସୋୟାବିନ ଗୁଣ୍ଡ, ଦୁଇ ଚାମଚ ମହୁ , କିଛି କ୍ଷୀର ସର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ 15/20 ମିନିଟ୍‌ ରଖନ୍ତୁ । ପରେ ମୁହଁକୁ ଭଲ ଭାରେ ଧୋଇଦିଅନ୍ତୁ । ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦିଶିବ ।

– କିଛି ଗୋଲାପ ଜଳକୁ ତୂଳାରେ ନେଇ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ଏମିତି କିଛି ସପ୍ତାହ କରିବା ପରେ ତ୍ୱଚା ଚମକି ଉଠିବ ।


ସେୟାର କରନ୍ତୁ