ଜାଣନ୍ତୁ ପ୍ରତିଦିନ ଅଣ୍ଡା ଖାଇବାର ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସକାଳ ଖାଦ୍ୟ ଠିକ୍ ଭାବେ ନଖାଇଲେ ବିଭିନ୍ନ ରୋଗ ହୋଇଥାଏ ତେଣୁ ସକାଳ ଖାଇବାରେ ସାମିଲ କରନ୍ତୁ ଅଣ୍ଡା ତାପରେ ଦେଖିବେ କମାଲ
ଅଣ୍ଡାରେ ଭିଟାମିନ୍-ଡି ଓ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଥାଏ। ତେଣୁ ସକାଳ ୮ଟା ପୂର୍ବରୁ ଦୁଇଟି ଅଣ୍ଡା ସେବନ କଲେ ପେଟର ଚର୍ବି କମିଥାଏ ବୋଲି ଜଣାପଡିଛି।

ଏହାସହ ବ୍ରେଡ୍ ସହ ମଧ୍ୟ ଦୁଇଟି ଅଣ୍ଡା ଖାଇପାରିବେ। ଅଣ୍ଡାରେ ପୋଷକ ତତ୍ତ୍ଵ ଥିବାରୁ ଏହା ଶରୀରକୁ ଫିଟ୍ ରଖିବା ସହ ପେଟର ଚର୍ବି ମଧ୍ୟ କମାଇବାରେ ସହାୟକ ହୋଇଥାଏ।

ଅଣ୍ଡାର ହଳଦିଆ ଭାଗରେ ଭିଟାମିନ ରହିଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା କରିଥାଏ। ଶରୀରର ପ୍ରତିରୋଧକ ଶକ୍ତି ବଢାଇବା ସହ ତ୍ୱଚାର ଚମକ ଆଣିଥାଏ।

ଅଣ୍ଡାର କେଶରରେ ଭରପୁର ମାତ୍ରାରେ ଭିଟାମିଟ୍-ଡି, ପ୍ରୋଟିନ୍ ଓ ବାୟୋଟିନ୍ ରହିଥାଏ। ତେଣୁ ସକାଳୁ ଅଣ୍ଡା ସହ ସାଲାଡ୍ ମିଶାଇ ଖାଇବା ଶରୀର ପକ୍ଷେ ବେଶ୍ ଉପକାରୀ ହୋଇଥାଏ।

ଅଲିଭ୍ ଅଏଲରେ ପ୍ରସ୍ତୁତ ଅଣ୍ଡା ଜାତୀୟ ଖାଦ୍ୟ ସକାଳୁ ସେବନ କରିବା ସ୍ଵାସ୍ଥ୍ୟ ପକ୍ଷେ ହିତକର


ସେୟାର କରନ୍ତୁ