ବିବାହ ପରେ କଣ ସବୁ ଶିଖିଛନ୍ତି ସୋନମ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜିକାଲି ବଲିଉଡ୍ ନାୟିକା ସୋନମ କପୁରଙ୍କୁ ମୁମ୍ବାଇରେ କମ୍ ସମୟ ରହୁଥିବା ଜଣାପଡିଛି । ବର୍ତମାନ ସେ ଅଧିକ ସମୟ ତାଙ୍କ ସ୍ବାମୀ ଆନନ୍ଦ ଅହୁଜାଙ୍କ ସହ ଲଣ୍ଡନରେ ରହି ସମୟ କାଟୁଛନ୍ତି । ଏଭଳି ଏକ ସମୟରେ ତାଙ୍କ ସମ୍ପର୍କିତ ଏକ ମଜାଦାର ଖବର ମିଳିଛି ।

ତାହା ହେଲା କି ରୋଷେଇ ଶିଖି ନଥିବା ଝିଅଟି ସେ ଏବେ ରୋଷେଇ କରିବା ଶିଖି ଯାଇଛି । ସୋନମଙ୍କ ବାପା ଅଭିନେତା ଅନୀଲ କପୁର ଏକଥାର ଖୁଲାସା କରିଛନ୍ତି । ତେବେ ଝିଅ ସୋନମଙ୍କର ହାତ ରନ୍ଧା ଖାଦ୍ୟ ଏଯାଏଁ ଖାଇ ନାହାନ୍ତି ବୋଲି ସେ କହିଛନ୍ତି । କିନ୍ତୁ ସୋନମ୍ ଭଲ ରୋଷେଇ କରୁଛନ୍ତି ବୋଲି କହିଛନ୍ତି ନିଜେ ଅନୀଲ ।

ସୋନମ କପୁର ଏଇ ନିକଟରେ ଫିଲ୍ମ ଜୋୟା ଫାକ୍ଟର ଜରିଆରେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ସେତେ କମାଲ କରିପାରିନଥିଲା,ଏହି ଫିଲ୍ମଟି ଫ୍ଲପ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଦଲକୀର ସଲମାନ ହିରୋ ଭୂମିକାରେ ନଜର ଆସିଥିଲେ ।

ଏହା ପୂର୍ବରୁ ‘ଏକ ଲଡକୀ କୋ ଦେଖା ତୋଐସା ଲଗା’ରେ ପ୍ରଥମ ଥର ପାଇଁ ସୋନମ ଅନୀଲ କପୁରଙ୍କ ସହିତ କାମ କରିଥିଲେ । ଏହି ଫିଲ୍ମରେ ଜଣେ ସମଲିଙ୍ଗୀ ଝିଅର ଭୂମିକାରେ ସୋନମ ନଜର ଆସିଥିଲେ । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସେମିତି ଖାସ କରିପାରିନଥିଲା ।


ସେୟାର କରନ୍ତୁ