ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ପ୍ରଭାବ ବିସ୍ତାର କରି କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଭାଇଙ୍କ ଉପରେ ବିପଦ ଅଛି। ପୁତ୍ର, କଳତ୍ର, ଧନ ଓ ମିତ୍ରଯୁକ୍ତ ହେବେ।
ବୃଷ: ପାରିବାରିକ ଚିନ୍ତା ବୃଦ୍ଧି ହୋଇପାରେ। ମନରେ ଗର୍ବଭାବ ବହନ କରିପାରନ୍ତି। ଯଶସ୍ୱୀ ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କିଛି ଅଘଟଣ ଘଟିପାରେ। ପ୍ରରାନ୍ନପୁଷ୍ଟ ହୋଇପାରନ୍ତି। କୌଣସି କାରଣରୁ ଶୋକାକୁଳ ହୋଇପାରନ୍ତି।
ମିଥୁନ: ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। ଶତ୍ରୁନାଶ କରିବାରେ ସକ୍ଷମ ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ପଦ-ପଦବୀ ମିଳିପାରେ।
କର୍କଟ: ବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ୟ୍ୟ ହେବେ। ବ୍ୟବସାୟ ଲାଭଜନକ ହେବ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ସର୍ବ ସୁଖ ମିଳିପାରେ।
ସିଂହ: ଚଳାଇଥିବା ଅନୁସନ୍ଧାନରେ ସଫଳତା ଲାଭ କରିବେ। କାର୍ୟ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ପ୍ରାପ୍ତ ହେବେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଦୀର୍ଘଦିନର ଆଶା-ଆଙ୍କାକ୍ଷା ପୂରଣ ହେବ।
କନ୍ୟା: ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ଆଶାବାଦୀ ହେବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦ ଲାଭ ହୋଇପାରେ। ଅନୁଚରଯୁକ୍ତ ହୋଇପାରନ୍ତି। ବଳବାନ୍‍ ହେବେ। ପିତୃ ସୁଖ ନାସ୍ତି। ଅଧିକାର ପ୍ରାପ୍ତ ହେବେ।
ତୁଳା: ମାନସିକ ଶାନ୍ତି ହରାଇ ପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପାରିବାରିକ ସୁଖ-ଶାନ୍ତି ଫେରି ଫାଇବେ।
ବିଛା: ପାରିବାରିକ ଶାନ୍ତି ଫେରି ପାଇବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ତ୍ତବ୍ୟ ନିଷ୍ଠ ହେବେ। ସର୍ବଗୁଣ ସମ୍ପନ୍ନ ହୋଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଉନ୍ନତିମାର୍ଗରେ ଆଗୁସାର ହୋଇପାରନ୍ତି। ମେଧାବୀ ହେବେ। ନୀତିବାଦୀ ହେବେ।
ଧନୁ: ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ। ରୋଜଗାର ଆଶାନୁରୂପ ହେବ। ପ୍ରଭାବ-ବିସ୍ତାର କରିପାରନ୍ତି। ସୁଖ-ଶାନ୍ତି ମିଳିବ। ପାରିବାରିକ ସମୃଦ୍ଧି ଆଶାକରାଯାଏ। ଆଧ୍ୟାତ୍ମିକ ବାଦୀ ହେବେ।
ମକର: ଅଯାଚିତ ସାହାଯ୍ୟ ପାଇବେ। କାର୍ୟ୍ୟରେ ସଫଳତା ଲାଭ କରିବେ। ଶାନ୍ତି-ସନ୍ତୋଷ ମିଳିବ। ସର୍ବକୁଶଳ ଆଶାକରାଯାଏ। ମନରେ ଉତ୍ସାହ ବୃଦ୍ଧି ପାଇବ। ଯଶସ୍ୱୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ।
କୁମ୍ଭ: ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ। ପରୋପକାର କରି ଆତ୍ମ ତୃପ୍ତି ମିଳିବ। ବିବାଦୀୟ ପରିସ୍ଥିତି ପାଇଁ ମନସ୍ତାପ କରିପାରନ୍ତି। କୁଳ ପ୍ରଧାନ ହୋଇପାରନ୍ତି। ଧର୍ମରତ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ବୁଦ୍ଧିମାନ୍‍ ହବେ। ପୁତ୍ର ସୁଖ ମିଳିବ।
ମୀନ: ସହାୟତା ସୁଲଭ ହେବ। ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ; ମାତ୍ର ତାହା ସହଜରେ ସମାଧାନ ହେବ। ଶୁଦ୍ଧପୂତ ଭାବେ ନିଜ କାର୍ୟ୍ୟରେ ଆଗକୁ ବଢ଼ିବେ। ନୀତିଯୁକ୍ତ ବିନୀତ ହେବେ।


ସେୟାର କରନ୍ତୁ