ଅନୁ ମଲ୍ଲିକଙ୍କ ସ୍ଥାନରେ ଏବେ ଜଜ ଭୂମିକାରେ ନଜର ଆସିବେ ହିମେସ ରେଶମିୟା, ‘ଇଣ୍ଡିଆନ୍‌ ଆଇଡଲ୍‌’

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏବେ ହିମେସ ରେଶମିୟା ନୂଆ ଜଜ ଭାବରେ ନଜର ଆସିବେ । ଅନୁ ମଲ୍ଲିକ ପୂର୍ବରୁ ଏହି ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ ।

ଅନୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଲାଗିବା ପରେ ସେ ଏହି ଶୋକୁ ଛାଡି ଦେଇଛନ୍ତି । ତେବେ ଅନୁ ଏହି ସ୍ଥାନକୁ ଛାଡ଼ିବା ପରେ ଏବେ ହିମେସ ତାଙ୍କ ସ୍ଥାନରେ ନୂଆ ଜଜ ହିସାବରେ ନଜରକୁ ଆସିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ହିମେସ ଶୋ’ ଶେଷ ହେବା ପର୍ଯ୍ୟନ୍ତ ଏହି ଆସନରେ ରହିବେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏହାକୁ ମିଥ୍ୟା ବୋଲି ଅନୁ କହିଛନ୍ତି । ଅନୁଙ୍କ କହିବା ମୁତାବକ ସେ କିଛି ଦିନ ପାଇଁ ଛୁଟିରେ ଯାଉଛନ୍ତି । ଯେଉଁଥିପାଇଁ ହିମେସଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଅଛି ବୋଲି ସେ କହିଛନ୍ତି ।

ପୂର୍ବରୁ କିଛି ଦିନ ହେବ ଅନୁଙ୍କ ଵିରୋଧରେ ‘ମି-ଠୁ’ ଅଭିଯୋଗ ହୋଇଥିଲା ଯେଉଁଥିପାଇଁ ସେ ବିବାଦରେ ଥିଲେ । ଗାୟିକା ସୋନା ମହାପାତ୍ର, ନେହା ଭସିନ ଓ ଶ୍ବେତା ପଣ୍ଡିତ ସଙ୍ଗୀତ ନିର୍ଦ୍ଦେଶକ ଅନୁଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।

ଏହାପରେ ତାଙ୍କୁ ଗତଥର ଜଜ ଆସନରୁ ବିଦା କରାଯାଇଥିଲା । ହେଲେ ଚଳିତବର୍ଷ ପାଇଁ ଜଜ ଭୂମିକାରେ ପୁଣିଥରେ ତାଙ୍କୁ ଶୋରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିବାଦ ଉଠିଥିବାରୁ ସେ ଶୋକୁ ଛାଡ଼ିଥିବାର କୁହାଯାଉଅଛି ।


ସେୟାର କରନ୍ତୁ