ଜରୁରିବେଳେ ସ୍ଵିଇଚ ଅଫ ହେଇଯାଉଛି କି ଆପଣଙ୍କ ଫୋନ ତେବେ କରନ୍ତୁ ଏହି କାମ

Truthink
ସେୟାର କରନ୍ତୁ

ଅଧିକାଂଶ ସମୟ ଜରୁରୀ ପରିସ୍ଥିତିରେ ଫୋନ୍‍ ସ୍ୱିଚ୍‍ ଅଫ୍‍ ହୋଇଯାଇଥାଏ । ଏଣୁ ଆମେ ଅନେକ ସମସ୍ୟାରେ ପଡ଼ିବା ସହ ବିରକ୍ତି ପ୍ରକାଶ କରିଥାଉ । ତେବେ ଖୁବ୍‍ ଶୀଘ୍ର କାହିଁକି ଫୋନରୁ ଚାର୍ଜ ସରିଥାଏ ଓ ଏହାର ପ୍ରତିକାର କ’ଣ ଜାଣିବା ପାଇଁ ଆପଣ ଏହି କେତୋଟି କଥାକୁ କାମରେ ଲଗାନ୍ତୁ ।

-ଆପଣ ଆପଣଙ୍କ ମୋବାଇଲ ଫୋନ୍‍ କମ୍‍ ବ୍ରାଇଟନେସ୍‍ରେ ରଖନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ମୋବାଇଲରୁ କମ୍‍ ଚାର୍ଜ ସରିଥାଏ ।

-ଭାଇବ୍ରେସନ୍‍ ମୋଡ଼ରେ ରଖିଲେ କମ୍‍ ଚାର୍ଜ ସରିଥାଏ ବୋଲି ଅନେକଙ୍କ ମନରେ ଧାରଣା ରହିଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ । ଏଣୁ ଭାଇବ୍ରେସନ୍‍ ପରିବର୍ତ୍ତେ ସ୍ଲୋ ରିଂ ଟୋନ୍‍ ମୋଡ଼ରେ ରଖନ୍ତୁ ।

– ଜରୁରୀ କାମରେ କିମ୍ବା ଉଡ଼ାଜାହଜରେ ଥିଲେ ଫୋନ୍‍କୁ ଇନ୍‍ଆକ୍ଟିଭ୍‍ କିମ୍ବା ଫ୍ଲାଇଟ୍‍ ମୋଡ଼ରେ ରଖନ୍ତୁ ନାହିଁ ବରଂ ଫୋନଟିକୁ ସ୍ୱିଚ୍‍ଅଫ୍‍ କରିଦିଅନ୍ତୁ। ଏହା ଫଳରେ ଫୋନରୁ ଅଯଥାରେ ଚାର୍ଜ ନଷ୍ଟ ହୋଇନଥାଏ ।

-ମୋବାଇଲ୍‍ ସ୍କ୍ରିନ୍‍ ଉପରେ ଅନାବଶ୍ୟକୀୟ ଆପ୍‍ ରଖନ୍ତୁ ନାହିଁ । ଯେଉଁ ଆପ୍‍ଗୁଡ଼ିକୁ ଆପଣ ବ୍ୟବହାର କରୁନାହାନ୍ତି ସେଗୁଡ଼ିକୁ ଅନ୍‍ଇନ୍‍ଷ୍ଟଲ୍‍ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଫୋନରେ ଅଧିକ ସମୟ ଚାର୍ଜ ରହିଥାଏ ।

– ଏହା ସହ ଆପଣଙ୍କ ଫୋନକୁ ଆସୁଥିବା ନୋଟିଫିକେସନ୍‍ଗୁଡ଼ିକୁ ମିନିମାଇଜ୍‍ କରି ରଖନ୍ତୁ ।

-ଇଣ୍ଟରନେଟ୍‍, ୱାଇଫାଇ, ଜିପିଏସ୍‍ ଆଦି ବ୍ୟବହାର କରୁନଥିବା ସମୟରେ ଏଗୁଡ଼ିକୁ ଖୋଲା ରଖନ୍ତୁ ନାହିଁ ।

-ରାତିସାରା ଚାର୍ଜ ବସାଇଲେ ଏହା ଅଧିକ ସମୟ ଚାର୍ଜ ରଖିବ ବୋଲି ଭାବୁଛନ୍ତି କି? ବାସ୍ତବରେ ଏପରି ହୋଇନଥାଏ। ବରଂ ଏପରି କରିବା ଦ୍ୱାରା ମୋବାଇଲ୍‍ ବ୍ୟାଟେରୀର ଚାର୍ଜ ଧାରଣ କ୍ଷମତା କମିଯାଇଥାଏ ।

-ବ୍ୟାକଲାଇଟ୍‍ ଓ ସ୍କ୍ରିନ୍‍ ଲାଇଟ କମ୍‍ ରଖିବା ସହ ଉତ୍ତାପରୁ ଫୋନକୁ ସବୁବେଳେ ଦୂରେଇ ରଖନ୍ତୁ । ଏପରିକି ସୂର୍ୟ୍ୟକିରଣରେ ମଧ୍ୟ ଫୋନ ରଖନ୍ତୁ ନାହିଁ । ନଚେତ୍‍ ଏହା ଚାର୍ଜ କ୍ଷୀଣ ହେବାର କାରଣ ହୋଇଥାଏ ।


ସେୟାର କରନ୍ତୁ