ବହୁ ପ୍ରତୀକ୍ଷିତ ‘ଛପାକ’ ଫିଲ୍ମର ଟ୍ରେଲରକୁ ଦୁଇ ଦିନରେ 28 କୋଟିରୁ ଅଧିକ ଲୋକେ ଦେଖି ସାରିଲେଣି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ‘ଛପାକ’ ଫିଲ୍ମର ଟ୍ରେଲର ରିଲିଜ୍ ହେବାପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଅଛନ୍ତି । ଏହି ମୁବିର ଟ୍ରେଲରଟି ରିଲିଜ୍ ହେବାର 2ଦିନ ଭିତରେ ପ୍ରାୟ 28 କୋଟିରୁ ଅଧିକ ଲୋକ ଦେଖି ସାରିଥିବା ଜଣାପଡିଛି ।

ଏଥିରେ ଜଣେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ‘ଛପାକ’ ଫିଲ୍ମ ମାଧ୍ୟମରେ ଚିତ୍ରଣ କରାଯାଇଛି । ଏହି ଫିଲ୍ମ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଅଛି । ଏହି ଫିଲ୍ମରେ ଦମଦାର ଆକ୍ଟିଂର ସହ ନଜର ଆସୁଛନ୍ତି ଦୀପିକା ପାଦୁକୋନ ।

ମୁଭି ‘ଛପାକ୍’ରେ ଦୀପିକା ଜଣେ ଏସିଡ଼୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି । ଏହି ଫିଲ୍ମର ଟ୍ରେଲରକୁ ଦେଖିବା ପରେ ସମସ୍ତ ଦର୍ଶକ ଦୀପିକାଙ୍କ ଅଭିନୟକୁ ଭୂୟଂସି ପ୍ରଶଂସା କରିବା ସହ ତାଙ୍କର ମେକଅପର ମଧ୍ୟ ଖୁବ ତାରିଫ୍ କରୁଛନ୍ତି ।

ତେବେ ଏହି ମୁବିଟି 10 ଜାନୁଆରୀ 2020ରେ ସିନେମା ଘର ଗୁଡିକରେ ରିଲିଜ୍ ହେବାକୁ ଯାଉଛି । ‘ଛପାକ’ର ଟ୍ରେଲରଟି ଦର୍ଶକ ମାନଙ୍କୁ ଖୁବ ଆକର୍ଷିତ କରୁଅଛି ।


ସେୟାର କରନ୍ତୁ