ସୋମବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ପରୋପକାରୀ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ସେବା ମନୋବୃତ୍ତିର ହୋଇପାରନ୍ତି। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିବ।
ବୃଷ: ଗୃହରୁ ଉଙ୍କି ମାରୁଥିବା କଳହର ଅବସାନ ଘଟିବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସର୍ବତ୍ର ଶୁଭ ଆଶାକରାଯାଏ। ଗୁଣଜ୍ଞ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମିଥୁନ: ଉଚ୍ଚଶିକ୍ଷା ପାଇ ଅଭିଜ୍ଞ ହୋଇପାରନ୍ତି। ଆଶାବାଦୀ ହେବେ। ଦେବଦର୍ଶନର ସୁଯୋଗ ଅଛି। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ଓ ଚଞ୍ଚଳମନା ହେବେ।
କର୍କଟ: କର୍ମକ୍ଷେତ୍ର ଅଗ୍ରଗାମୀ ହେବ। ସୁଖ-ସମ୍ମାନ ଲାଭ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ପାରିବାରିକ ସୁଖ ମିଳିବ।
ସିଂହ: ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମିଷ୍ଟଭାଷୀ ଭାବେ ଅନ୍ୟର ମନ କିଣିବାରେ ସକ୍ଷମ ହେବେ।
କନ୍ୟା: ବିଭିନ୍ନ ସ୍ତରରୁ ସହାୟତା ସୁଲଭ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଧନ-ଜନ-ଗୋପ-ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ। ବିଳାସ-ବ୍ୟସନ କରିପାରନ୍ତି। ସୌନ୍ଦର୍ଯ୍ୟ ଉପଭୋଗ କରିବେ। ପ୍ରଶଂସା ମିଳିବ। ସ୍ବାସ୍ଥ୍ୟ ଅତୁଟ ରହିବ। ଜନପ୍ରିୟ ହୋଇପାରନ୍ତି।
ତୁଳା: ମନ ପ୍ରଫୁଲ୍ଲ ରହିବ। ଶ୍ରମ ସାର୍ଥକ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତି ଭୋଜନ ମିଳିପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ଆନନ୍ଦ ଉଲ୍ଲାସ ଲାଗି ରହିବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
ବିଛା: ଚାକିରି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଭ୍ରମଣ ଯୋଗ ଅଛି। ଜନୈକା ମହିଳାଙ୍କ ସହାୟତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ ଉପଭୋଗ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ।
ଧନୁ: ନୂତନ ଆୟର ପନ୍ଥା ଆବିଷ୍କାର କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ସ୍ବାଭିମାନୀ ହେବେ। ମନ ଅଶାନ୍ତ ରହିବ। ଭାଗ ବ୍ୟବସାୟ ଲାଭଜନକ ହେବ। ମିଠା କଥାରେ ଶତ୍ରୁଙ୍କୁ ବଶ କରିପାରନ୍ତି।
ମକର: ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ସୁଖ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ସହାୟତା କରିବେ। ମନ ପ୍ରସନ୍ନ ରହିବ। କର୍ମ ଚଞ୍ଚଳତା ପ୍ରକାଶ ପାଇବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁକନ୍ୟା ସହ ବିବାହ ସ୍ଥିର ହେବ।
କୁମ୍ଭ: ଭୂମି ଲାଭର ସୂଚନା ମିଳୁଛି। ନିଜ ଉପରେ ଥିବା ଦାୟିତ୍ବ ସୁରୁଖୁରୁରେ ନିର୍ବାହ କରିପାରନ୍ତି। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସ୍ବାସ୍ଥ୍ୟ ଅତୁଟ ରହିବ। ଶକ୍ତିମାନ୍‌ ହେବେ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ।
ମୀନ: ନିଜକୁ କଳହମୁକ୍ତ ରଖିବାରେ ସକ୍ଷମ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରଚର୍ଚ୍ଚା କରିପାରନ୍ତି। ଅନ୍ୟର ଆଶ୍ରିତ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ।


ସେୟାର କରନ୍ତୁ