ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ କରୁଛନ୍ତି କି ହେଇପାରେ ଡାଟା ଚୋରି

ଭାଇରାଲ
ସେୟାର କରନ୍ତୁ

ଆଜିକାଲି ଅନଲାଇନ ଠକାଇ ବିଭିନ୍ନ ପ୍ରକାର ଜ୍ଞାନ କୌଶଳରେ ହେଉଛି । ଯାହା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ । ନିଜେ ମଧ୍ୟ ଜାଣି ପାରିବେ ନାହିଁ କିଭଳି ଆପଣ ଫସିଗଲେ ହ୍ୟାକରଙ୍କ ଚକ୍ର ବିହ୍ୟୁରେ । ବିଶେଷ କରି ମୋବାଇଲ ବ୍ୟାକିଙ୍ଗ ସୁବିଧା ଲାଗୁ ହେବା ପରେ ଅନଲାଇନ ଠକେଇର ମାତ୍ରାଟା ଟିକେ ଅଧିକ ବଢି ଯାଇଛି । କେତେବେଳେ କୌଣସି ମେସେଜର ରିପ୍ଲେରେ ଟଙ୍କା ଡ୍ର ହୋଇ ଯାଉଛି । ତ ଆଉ କେତେବେଳେ ଗୋଟିଏ ଫୋନ କଲରେ । ତେବେ ଏସବୁ ପ୍ରତି ଏବେ ଆପଣ ସଚେତନ ହୋଇଗଲେଣି । ତେବେ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଏବେ ଅନଲାଇନ ଠକ ଏକ ଭିନ୍ନ ଉପାୟ ଆପଣେଇଛନ୍ତି ।

ସର୍ବସାଧାରଣ ସ୍ଥାନରେ ଲାଗିଥିବା ମୋବାଇଲ ଚାର୍ଜରକୁ ନିଜ ସିଷ୍ଟମ ସହ କନେକ୍ଟ କରି ଏବେ ଠକେଇ କରୁଛନ୍ତି । ଯେଉଁଥି ପାଇଁ ଏସବିଆଇ ନିଜ ଗ୍ରାହକଙ୍କୁ ସଚେତନ କରାଇବା ଆରମ୍ଭ କରିିଛି । ଯଦି ଆପଣ ପ୍ଲାଟ ଫର୍ମ, ହେଟେଲ, ଟ୍ରେନ, ବସ ଓ ସର୍ବସାଧାରଣ ସ୍ଥାନରେ ଲାଗିଥିବା ଚାର୍ଜରରେ ଚାର୍ଜ କରୁଛନ୍ତି ତେବେ ସାବଧାନ । ମୋବାଇଲ ଚାର୍ଜ କରିବା ପୂର୍ବରୁ ଥରେ ଭଲଭାବେ ଚିନ୍ତା କରନ୍ତୁ । ହୁଏତ ଖାଲି ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ ଖାତା ।

ଏନେଇ ଏସବିଆଇ ଏକ ଟ୍ୱଇଟରେ ସଚେତନ କରିଛି । ଏସବିଆଇ ଟ୍ୱିଟରେ କହିଛି ଯଦି ଆପଣ ସର୍ବସାଧାରଣ ସ୍ଥାନରେ ଲାଗିଥିବା ଚାର୍ଜରରେ ଚାର୍ଜ କରୁଛନ୍ତି ତେବେ ଏହା ପୂର୍ବରୁ ୨ ଥର ଭାବି ନିଅନ୍ତୁ । ହୁଏତ ଆପଣଙ୍କ ମୋବାଇଲରେ ଥିବା ଡାଟା ଚୋରି ହୋଇପାରେ । ଆହୁରି ମଧ୍ୟ କୁହାଯାଇଛି ଚାର୍ଜିଙ୍ଗ କେବୁଲ ମାଧ୍ୟମରେ ସମସ୍ତ ଡାଟା ଚୋରି ହୋଇପାରେ । ଯାହାଫଳରେ ଆପଣଙ୍କ ସଞ୍ଚୟ ଖାତାରେ ଥିବା ଟଙ୍କାକୁ ହ୍ୟାକର ନେଇ ଯାଇପାରନ୍ତି । ଯଦି ଆପଣ ନିଜ ଫୋନରେ ଏଟିଏମ ପାସୱାର୍ଡ, ଖାତା ଫଟୋ, ଏଟିଏମ ଫଟୋ, ପ୍ୟାନକାର୍ଡ ଫଟୋ ତେବେ ଏହି ଫଟକୁ ସେମାନେ ବ୍ୟବହାର କରି ଟଙ୍କା ଉଠାଇନେବେ ।


ସେୟାର କରନ୍ତୁ