ବାରବାଟୀରେ ବିରାଟଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ ରୋହିତ

ଖେଳ
ସେୟାର କରନ୍ତୁ

ଭାରତୀୟ ଦଳର ଓପନନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକର ବାରବାଟୀ ଷ୍ଟାଡିୟମରେ ଏକ ନୂଆ ରେକର୍ଡ କରିଛନ୍ତି । ଏହାସହ ସେ ବିରାଟ କୋହଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଗୋଟିଏ ବର୍ଷରେ ବିରାଟଙ୍କ ସର୍ବାଧିକ ଦିନିକିଆ ରେକର୍ଡକୁ ସେ ପଛରେ ପକାଇଛନ୍ତି ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର 34 ରନ୍‌ କରିବା ପରେ ସେ ବିରାଟଙ୍କ ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ । ବିରାଟ କୋହଲି 2017ରେ ଦିନିକିଆରେ 6 ଶତକ ଓ 7 ଅର୍ଦ୍ଧଶତକ ସହ 1 ହଜାର 460 ରନ୍‌ କରିଥିଲେ ।

ହେଲେ ରୋହିତ ଶର୍ମା 2019ରେ ତାଙ୍କର ଏହି ରେକର୍ଡକୁ ପଛରେ ପକାଇଛନ୍ତି । ରୋହିତ 2019 ବର୍ଷରେ 7 ଶତକ ଓ 5 ଅର୍ଦ୍ଧଶତକ ବଳରେ 1ହଜାର 460ରୁ ଅଧିକ ରନ୍‌ କରିଛନ୍ତି । 2019 ଶେଷ ଦିନିକିଆରେ 63 ରନ୍‌ କରି 1 ହଜାର 490 ରନ୍‌ କରିଛନ୍ତି ।


ସେୟାର କରନ୍ତୁ