ଶୁକ୍ରବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ। ସେବାରେ ନିୟୋଜିତ ହୋଇପାରନ୍ତି। ପୂଜା ପଦ୍ଧତିରେ ସମୟ ଦେବେ। ପରାମର୍ଶଦାତା ହେବେ। ଧର୍ମ କ୍ରିୟାରତ ହେବେ। ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ।
ବୃଷ: କୃର୍ତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ହୋଇପାରନ୍ତି। ଦେବଦ୍ବିଜ ଭକ୍ତ ହେବେ। ମନୋଜ୍ଞ ହେବେ। ସକଳ ଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତା ହେବେ। ଶତ୍ରୁ ଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ହେବା ଅସମ୍ଭବ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ଯାତ୍ରା ଅନୁକୂଳ ରହିଛି। ବନ୍ଧୁ ମିଳନର ସୁଯୋଗ ଅଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ବିନୀତ ସ୍ବଭାବର ହେବେ। ସ୍ତ୍ରୀଧନ ହେତୁ ସୁଖୀ ହେବେ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ପରୋପକାରୀ ହେବେ। ଧର୍ମ ଭାବନାରୁ ଶାନ୍ତି ମିଳିବ। ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। ବହୁଧନ ପ୍ରାପ୍ତ ହେବେ। ପୁନର୍ବସୁ ଓ ଅଶ୍ଳେଷାର ପୈତୃକ ସମ୍ପତ୍ତି ପାଇଁ ବିବାଦ ଲାଗି ରହିବ।
ସିଂହ: ମଘା ଓ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସୁଖ-ସମ୍ମାନ ଲାଭ କରିବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପୂର୍ବା ଫାଲ୍‌ଗୁନୀର ସ୍ବଳ୍ପ ଲାଭ ହେବ।
କନ୍ୟା: ଉତ୍ତରାଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଗୃହ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଚିତ୍ରାନନ୍ଧତ୍ରରେ ସାମାନ୍ୟ ଶୁଭ।
ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସବଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।
ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କର କର୍ମତତ୍ପରତା ପ୍ରକାଶ ପାଇବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ଭାଗ୍ୟବାନ୍‌ ହେବେ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ଲାଭ ହେବ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ଦ୍ବାରା କାର୍ଯ୍ୟ ହାସଲ କରିବେ। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।
ମକର: ଉତ୍ତରାଷାଢ଼ା ଓ ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ବିତାଇ ପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚ ପରିମାଣ ଆୟ ଠାରୁ ଅଧିକ ହେବ। ପୂର୍ବାଷାଢ଼ା ନକ୍ଷତ୍ର ଜାତଙ୍କର ସାମାନ୍ୟ ଶୁଭ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ପରିସ୍ଥିତି ପ୍ରତି ସଜାଗ ରହିଲେ ବିପଦ ଦୂରେଇ ଯିବ। ଆୟ ଯଥେଷ୍ଟ ପରିମାଣର ହେବ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହେବେ। ପୂର୍ବ ଭାଦ୍ର ଓ ଧନିଷ୍ଠାର ସାମାନ୍ୟ ଫଳ।
ମୀନ: ଉତ୍ତର ଭାଦ୍ରପଦ ନକ୍ଷତ୍ରର କାର୍ଯ୍ୟ କରିବା ପୂର୍ବରୁ ବିଚାର-ଆଲୋଚନା କରି ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ପୂର୍ବାଭାଦ୍ର ପଦ ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।


ସେୟାର କରନ୍ତୁ