ସିମ୍ବା ସିଂଘମ ସୂର୍ୟବଂଶ ଏକାଠି

Truthink
ସେୟାର କରନ୍ତୁ

ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ୍‍’ ପାଇଁ ଏବେ ବେଶ୍‍ ଚର୍ଚ୍ଚାରେ ଅଛନ୍ତି । ଏ ମଧ୍‍ୟରେ ସେ ତାଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‍ ତାରିଖ ଘୋଷଣା କରିଦେଇଛନ୍ତି । ନିଆରା ଅନ୍ଦାଜରେ ଅକ୍ଷୟ କୁମାର ଏହି ରିଲିଜ୍‍ ଡ଼େଟ୍‍ ଘୋଷଣା କରିଛନ୍ତି ।

ଇନ୍ସଷ୍ଟାଗ୍ରାମରେ ସେ ସିମ୍ବାର ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ରଣବୀର ସିଂ ଓ ଅଜୟଦେବଗନଙ୍କୁ ମଧ୍‍ୟ ଦେଖିବାକୁ ମିଳିଛି ।

ଏହି ଭିଡ଼ିଓ ଶେଷରେ ସୂର୍ଯ୍ୟବଂଶୀର ରିଲିଜ୍‍ ଡ଼େଟ୍‍ ଘୋଷଣା କରିବା ସହ ରଣବୀର, ଅଜୟ ଓ ଅକ୍ଷୟ ଲଗାତାର ଗୁଳି ଫୁଟାଉଥିବା ଦେଖିବାକୁ ମିଳିଛି ।

ଫିଲ୍ମ ସିମ୍ବା କୁ ଏକ ବର୍ଷ ପୂରଣ ହେଉଥିବାବେଳେ ଏହାର ସେଲିବ୍ରେସନ ପୂର୍ବକ ଏହି ଭିଡ଼ିଓ ପୋଷ୍ଟ କରାଯିବା ସହ ମାର୍ଚ୍ଚ 27, 2020ରେ ପୋଲିସ୍‍ ଆସୁଛି ବୋଲି ଅକ୍ଷୟ ଏହି ଭିଡ଼ିଓରେ କହିଛନ୍ତି ।

ସୂଚନା ଥାଉ କି, ନିକଟରେ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଶେଷ ହୋଇଥିବାବେଳେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‍ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦେଖିବାକୁ ମିଳିବ ।


ସେୟାର କରନ୍ତୁ