ଅଜୟ ଦେବଗନ ଏୟାର କମାଣ୍ଡର ରୋଲରେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: 2020 ମସିହାରେ ଅଜୟ ଦେବଗନଙ୍କ ଫିଲ୍ମ ବକ୍ସ ଅଫିସରେ ଖୁବ ଧୂମ ମଚାଇବା ପାଇଁ ଯାଉଅଛି । ଜାନୁଆରୀ 10ରେ ତାଙ୍କ 100 ତମ ଫିଲ୍ମ ‘ତାନାଜି’ ପରଦାକୁ ଆସିବାକୁ ଥିବାବେଳେ ଆଗକୁ ଅଭିଷେକ ଦୁଧାଇଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭୂଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଅଜୟ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଥିବା ବେଳେ ନିଜେ ନିର୍ଦ୍ଦେଶକ ଅହି ଫଟୋକୁ ସେୟାର କରିଛନ୍ତି ।

ତେବେ ଏହି ଫଟୋରେ ଅଜୟ ଦେବଗନ ଜଣେ ଏୟାରଫୋର୍ସ ଅଫିସର୍ ଭାବେ ବିମାନ ପାଖରେ ଠିଆ ହୋଇଥିବାର ନଜରରେ ଦେଖାଯାଉଛନ୍ତି । ଏହି ଫିଲ୍ମରେ ସେ ଭାରତୀୟ ବାୟୁସେନାର ଜଣେ ସ୍କ୍ୱାଡ୍ରନ ଲିଡର ଭୂମିକାରେ ନଜର ଆସିବେ । ଅଜୟଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ମୁତାବକ, ଏହି ଫିଲ୍ମଟି ଏକ ସତ କାହାଣୀ ଉପରେ ଆଧାରିତ । ଏହା 1971 ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ନିର୍ମାଣ ହେଇଛି । ଫିଲ୍ମରେ ଅଜୟ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । 1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବିଜୟ କାର୍ଣ୍ଣିକ ଭୁଜ ଏୟାରବେସର ଦାୟିତ୍ୱରେ ରହିଥିଲେ ।

ଏହି ସମୟରେ ପାକିସ୍ତାନ ସୈନ୍ୟ ଏହି ଏୟାରବେସ ଉପରେ ଆକ୍ରମଣ କରିଥିଲା । ତେବେ ଏହାପରେ ମଧ୍ୟ କାର୍ଣ୍ଣିକ ଅପରେସନ୍ ଜାରି ରଖିଥିବା ସହିତ ନିଜର ବୀରତ୍ୱ ପଣକୁ ଦେଖାଇଥିଲେ । ଏହି ଫିଲ୍ମଟି ଅଗଷ୍ଟ ମାସ 14 ତାରିଖରେ ରିଲିଜ୍ ହେବ ।


ସେୟାର କରନ୍ତୁ