ଫିଲ୍ମ ତାନାଜୀ ରିଲିଜ ହେବା ପରେ JNU ହିଂସା ଉପରେ କହିଲେ ଅଜୟ,ଭାଇଚାରା,ଶାନ୍ତି ବନାଇ ରଖନ୍ତୁ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀର ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ଉପରେ ଏବେ ବଲିଓଡ଼ ଆକ୍ଟର ଅଜୟ ଦେବଗନଙ୍କ ବୟାନ ମଧ୍ୟ ଆସିଯାଇଛି । ସେ ଟୁଇଟ କରି କହିଛନ୍ତି,’ମୁଁ ସବୁବେଳେ ମାନେକି ଆମେ ତଥ୍ୟ ଠିକ ସେ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷ୍ୟା କରିବା ଉଚିତ । ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାଁହୁଛି ଯେ କି ଚାଲନ୍ତୁ ଭାଇଚାରା ବଢାଇବା ଏବଂ ଏହାକୁ ଜାଣିଶୁଣି କରି ବା ନଜାଣି କରି ଭାଙ୍ଗିବା ନାହିଁ ।’


ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ 10ଜାନୂୟାରୀକୁ ସିନେମା ଘରେ ରିଲିଜ ହୋଇଯାଇଛି ଏବଂ ପୁରା ଦେଶରେ 3880 ସ୍କ୍ରିନ ରିଲିଜ ହୋଇଥିବା ଏହି ଫିଲ୍ମକୁ ପ୍ରଥମ ଦିନରେ ଭଲ ରେସ୍ପଅନ୍ସ ମିଳିଅଛି । ଦୀପିକା ପାଦୁକୋନ୍ ‘ଛପାକ୍’ ମଧ୍ୟ ଏହି ଦିନ 10ଜାନୁୟାରୀକୁ ସିନେମା ଘରେ ରିଲିଜ ହୋଇଅଛି । ଦୀପିକା ଫିଲ୍ମ ରିଲିଜ ପୂର୍ବରୁ ଛାତ୍ର ମାନଙ୍କୁ ସପୋର୍ଟ କରିବାପାଇଁ JNU ଯାଇ ପହଞ୍ଚିଥିଲେ ।

କହିବାତ ଅଜୟ ଦେବଗନଙ୍କ ଫିଲ୍ମରେ ଅଜୟ ଦେବଗନ ତାନାଜୀ ମାଲୁସରେ ଭୂମିକାରେ ଅଛନ୍ତି । ଫିଲ୍ମରେ ସୈଫ ଅଲ୍ଲୀ ଖାନ ନେଗେଟିବ ରୋଲରେ ଅଛନ୍ତି । ଦମଦାର ଆକ୍ସନ ଭରା ଏହି ଫିଲ୍ମକୁ କ୍ରିଟିକ୍ସଙ୍କ ଠାରୁ ଠିକଠାକ ରେସ୍ପରନ୍ସ ମିଳୁଛି । ଅଜୟ ଓ କାଜୋଲଙ୍କୁ ଲମ୍ବା ସମୟ ପରେ ଏହି ଫିଲ୍ମରେ ଏକା ସାଥିରେ ନଜର ଆସୁଛନ୍ତି ଏବଂ ଦୁହିଁଙ୍କ ଯୋଡି ଭଲ ଲାଗୁଅଛି ।


ସେୟାର କରନ୍ତୁ