ନିଜ ସ୍ମାର୍ଟଫୋନରେ ନିଆଁ ନଲାଗିବା ପାଈଁ କରନ୍ତୁ ଏହି କାମ

Truthink
ସେୟାର କରନ୍ତୁ

ସ୍ମାର୍ଟଫୋନରେ ନିଆଁ ଲାଗିବା ଘଟଣା ଏବେ ଅଧିକରୁ ଅଧିକ ଶୁଣିବାକୁ ମିଳୁଛି । ଏହିଭଳି ଅନେକ ଘଟଣା ଘଟୁଛି ଯେଉଁଠି ବ୍ୟବହାରକାରୀଙ୍କ ଜୀବନ ବି ଚାଲିଯାଉଛି । ବିଶେଷ କରି ସାଓମି ସ୍ମାର୍ଟଫୋନଗୁଡ଼ିକ ଅଧିକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି । ନିକଟରେ Redmi 7s ରେ ନିଆଁ ଲାଗିଥିବା ଖବର ମିଳିଛି । ସ୍ମାର୍ଟଫୋନକୁ କିପରି ନିଆଁ ଲାଗିବାରୁ ବଞ୍ଚାଇବେ ତାହାର ଏହି 6ଟି ଉପାୟ ରହିଛି । ଯଦି ଏହାକୁ କାର୍ଯ୍ୟକାରୀ କରିବେ ଏହି ବିପଦରୁ ନିଜକୁ ରକ୍ଷା କରିହେବ ।

1. ରାତି ତମାମ ଚାର୍ଜରେ ବସାନ୍ତୁ ନାହିଁ। ଚାର୍ଜରେ ବସାଇ ଶୋଇଗଲା ପରେ ଫୋନ ଓ ବ୍ୟାଟେରୀର କ୍ଷତି ସାଧନ ତ ହୁଏ, ଏହା ବିପଦକୁ ଟାଣି ଆଣିବାର ଆଶଙ୍କା ମଧ୍ୟ ରହିଛି।

2. ଜ୍ୱଳନଶୀଳ ପଦାର୍ଥଠାରୁ ଫୋନକୁ ଦୂରରେ ରଖନ୍ତୁ । ସ୍ମାର୍ଟଫୋନ ଚାର୍ଜ କଲାବେଳେ ବେଡ୍‌ ଉପରେ ରଖି ଚାର୍ଜ କରନ୍ତୁ ନାହିଁ । ଗଦି ଉପରେ ରଖି ଚାର୍ଜ କଲେ ଗରମ ବା ହିଟ ବାହାରକୁ ଯାଇ ପାରି ନ ଥାଏ । ଏଥିରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଥାଏ ।

3. କିଛି ପଇସା ବଞ୍ଚାଇବେ ବୋଲି ଅଧିକାଂଶ ଲୋକ ଅଜାଣତରେ ଏହି ଭୁଲ କରି ବସନ୍ତି । ଶସ୍ତା ଓ ଲୋକାଲ ବ୍ୟାଟେରୀ ଆଦୌ ପକାଇବେ ନାହିଁ । ଓରିଯିନଲ ବ୍ୟାଟେରୀ କିଣିବା ସବୁବେଳେ ଭଲ । ଶସ୍ତା ବ୍ୟାଟେରୀ ଯୋଗୁଁ ଫୋନରେ ନିଆଁ ଲାଗିବାର ଆଶଙ୍କା ଅଧିକ ଥାଏ ।

4. ଆଉ ଏକ କଥା ହେଲା ଏକ୍ସଟନସନ ବୋର୍ଡରୁ ଫୋନ ଚାର୍ଜ କରିବା ଅନୁଚିତ । ସବୁବେଳେ ଡାଇରେକ୍ଟ ପାୱାର ସକେଟରୁ ହିଁ ଫୋନ ଚାର୍ଜ କରନ୍ତୁ ।

5. ତକିଆ ତଳେ ଫୋନ ରଖି ଚାର୍ଜ କଦାପି କରନ୍ତୁ ନାହିଁ।ଏହାର କାରଣ ଡିଭାଇସର ଉତ୍ତାପ ବଢିଯାଇଥାଏ ଓ ଫୋନ ଉପରେ ଚାପ ବି ପଡିଥାଏ । ମଝିରେ ମଝିରେ ଫୋନ ଦେଖିବା ପାଇଁ ଅନେକେ ତକିଆ ତଳେ ଫୋନ ରଖି ଶୋଇଯାନ୍ତି । ଏଭଳି ଆଦୌ କରନ୍ତୁ ନାହିଁ ।

6. ଖରାପ ହେଲେ ଯେତେଦୂର ସମ୍ଭବ ଫୋନକୁ ସର୍ଭିସ ସେଣ୍ଟରରେ ହିଁ ଦେବା ଦରକାର।ସ୍ଥାନୀୟ ମୋବାଇଲ ମରାମତି ଦୋକାନକୁ ଯେତେ ସମ୍ଭବ ଏଡ଼ାଇବା ଦରକାର ।


ସେୟାର କରନ୍ତୁ