ଭୋଡ଼ାଫୋନର 99ଟଙ୍କିଆ ଅନଲିମିଟେଡ ପ୍ଲାନ,ପଢ଼ନ୍ତୁ କଣ ରହିଛି ସୁବିଧା

Truthink
ସେୟାର କରନ୍ତୁ

ଭୋଡାଫୋନ ଗ୍ରାହକମାନଙ୍କ ପାଇଁ କମ୍ପାନି ଆଣିଛି ଦମଦାର ଅଫର୍। ଏଣିକି ମାତ୍ର 99 ଟଙ୍କା ରିଚାର୍ଜ କରି ଗ୍ରାହକମାନେ ଅନଲିମିଟେଡ୍ କଲ୍ କରିବା ସହ ମାଗଣା ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଭୋଡାଫୋନ୍ କମ୍ପାନିର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ 99 ଟଙ୍କା ରିଚାର୍ଜ କରି 18 ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲର ଲାଭ ଉଠାଇପାରିବେ। ଏହାସହ ପ୍ରତିଦିନ 1 ଜିବି ଡାଟା ଓ 100 ଏସ୍ଏମ୍ଏସ୍ କରିବାର ମଧ୍ୟ ସୁଯୋଗ ପାଇବେ ଭୋଡାଫୋନ୍ ଗ୍ରାହକ।

ଏହାବାଦ୍ କମ୍ପାନି 555 ଟଙ୍କାର ଆଉ ଏକ ରିଚାର୍ଜ ପ୍ଲାନ ମଧ୍ୟ ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ 70 ଦିନ ପାଇଁ ଅନଲିମିଟେଡ୍ କଲ୍ କରିପାରିବେ। ଏଥିରେ ପ୍ରତିଦିନ 1.5 ଜିବି ଡାଟା ଓ 100 ଏସ୍ଏମ୍ଏସ୍ ମିଳିବ।

ଟେଲିକମ୍ ଜଗତରେ ଲାଗ ରହିଥିବା ପ୍ରତିଯୋଗିତାକୁ ଦୃଷ୍ଟି ଦେଇ ସମସ୍ତ କମ୍ପାନି ଏବେ ଗୋଟିଏ ପରେ ଗୋଟିଏ ରିଚାର୍ଜ ପ୍ଲାନ୍ ଆରମ୍ଭ କରୁଛନ୍ତି। ଏହାଫଳରେ ଗ୍ରାହକମାନେ ଲାଭ ପାଇବା ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍ ପାଇପାରୁଛନ୍ତି।


ସେୟାର କରନ୍ତୁ