ପାଚନକ୍ରିୟାକୁ ସହଜ କରିବା ପାଇଁ କରନ୍ତୁ ଏହି କାମ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆମ ଶରୀରର ସବୁ ଗତି ବିଧି ଆମ ପାଚନ କ୍ରିୟା ସହିତ ସମ୍ପୃକ୍ତ ଥାଏ । ଏଥିପାଇଁ ପାଚନ ପ୍ରକ୍ରିୟାରେ ଗଡବଡ ହେଲେ ଆମ ତ୍ଵଚ୍ଚା, ବାଳ, ଆଖି, ମସ୍ତିସ୍କ ଓ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ପାଚନ ପକ୍ରିୟାରେ ଅଲଗା ଅଲଗା ଇଣ୍ଟରନାଲ ଅରଗାନ ଏକ ସହିତ କାମ କରିଥାନ୍ତି ଓ ଖାଉଥିବା ଖାଦ୍ୟକୁ ପଚାଇ ଏଥିରେ ଥିବା ଜରୁରୀ ପୋଷକ ତତ୍ତ୍ଵରୁ ଶରୀରରକୁ ଏନର୍ଜି ପ୍ରଦାନ କରିଥାନ୍ତି ।

ଯଦି ଭୋଜନ ବହୁତ ଜଲ୍ଦି ବା ବହୁତ ଡେରିରେ ହଜମ ହୋଇଥାଏ, ଯେତେ ଖାଇଲେ ମଧ୍ୟ ଶରୀରରେ ଲାଗେ ନାହିଁ, ବାରମ୍ବାର ବା ବହୁତ କମ ଭୋକ ଲାଗିବା, ସକାଳେ ଉଠିଲେ ପେଟ ସଫା ନ ହେବା, ଦିନ ସାରା ବାରମ୍ବାର ଫ୍ରେସ ହେବା ପାଇଁ ଯିବା, ଏହା ସବୁ ପାଚନ କମଜୋରି ର ଲକ୍ଷଣ ହୋଇଥାଏ । ଯାହା ବହୁତ ପ୍ରକାରର ରୋଗର କାରଣ ହୋଇଥାଏ । ଆଜି ଆମେ ଜାଣିବା କିଛି ଜରୁରୀ ଟିପ୍ସ ଓ କିଛି ଭଲ ଘରୋଇ ଉପଚାର ବିଷୟରେ ଯାହା ଦ୍ଵାରା ଆପଣଙ୍କ ପାଚନ ଶକ୍ତି ମଝବୁତ ହୋଇଯିବ ।
ଘରୋଇ ଉପଚାର

୧. ଦହି ଓ ଜୀରା ର ସେବନ ପେଟରେ ଭଲ ବ୍ୟାକ୍ଟେରିଆକୁ ବଢାଇଥାଏ ଓ ପାଚନ ସ୍ଥିତିକୁ ସୁଧାରିବାରେ ବହୁତ ଲାଭକାରୀ ହୋଇଥାଏ । ଗୋଟିଏ କପ ଦହିରେ ଗୋଟିଏ ଚାମଚ ମିଶ୍ରି ପାଉଡର , ଅଧା ଚାମଚ ଜୀରା ଗୁଣ୍ଡ ଓ ଅଳ୍ପ ବ୍ଲାକ ସଲ୍ଟ ମିଶାଇ ପ୍ରତିଦିନ ଖାଇବା ପରେ ଏହାର ସେବନ କରିବା ଦ୍ଵାରା ଶରୀରରେ ଭଲ ବ୍ୟାକ୍ଟେରିଆ ମାତ୍ରା ବଢିଥାଏ ଓ ପାଚନ ପାଚନ ଶକ୍ତି ମଝବୁତ ହୋଇଥାଏ ।
ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବା ଦ୍ଵାରା ପାଚନ ପ୍ରକ୍ରିୟା ବଢିଥାଏ ତା ସହିତ ଏହା ଆମ ଶରୀରରେ ମେଟାବୋଲିଜିମ ବଢାଇଥାଏ ଓ ପେଟକୁ ଥଣ୍ଡା ରଖିଥାଏ ।

୩. ଖାଦ୍ୟ ଖାଇବା ପୂର୍ବରୁ ଏକ କପ ପାଣିରେ ଏକ ଚାମଚ ଅଦା ରସ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ସେବନ କରିବା ଦ୍ଵାରା ଆମ ଶରୀରରେ ପାଚନ ରସ ଭରପୁର ମାତ୍ରାରେ ପ୍ରସ୍ତୁତ ହୋଇଥାଏ ଓ ଖାଦ୍ୟ ସହଜରେ ହଜମ ହୋଇଥାଏ ।

୪. ରାତିର ଭୋଜନର ୧ ବା ୨ ଘଣ୍ଟା ପରେ ହଳଦୀ ବାଲା କ୍ଷୀରର ସେବନ କରନ୍ତୁ । ଏହା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ ଓ ସକାଳେ ପେଟ ଭଲ ଭାବେ ସଫା ହୋଇଥାଏ ।


ସେୟାର କରନ୍ତୁ